ଛୋଟ ବୟସରୁ ବାହାଘର ଠିକ୍ କରବା ପଡିବ ମହଙ୍ଗା, ସୁପ୍ରିମ କୋର୍ଟ ଶୁଣାଇଲେ ବଡ ଫୈସଲା

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । କୌଣସି ବ୍ୟକ୍ତିଗତ ନିୟମ ବା ଚୁକ୍ତିନାମା ଦ୍ବାରା ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଆଇନକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି । କହିରଖୁଛୁ କି, ନିକଟରେ ଏକ ଏନଜିଓ ଦ୍ବାରା ଏକ ପିଟିସନ ଦାୟର କରି ଅଭିଯୋଗ ହୋଇଥିଲା । ରାଜ୍ୟ ସ୍ତରରେ ବାଲ୍ୟ ବିବାହ ନିଷେଧ ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପିଟିସନକୁ ଆଧର କରି ନୂଆ ଫୈସଲା ନେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ନୂଆ ଗାଇଡଲାଇନ ଜାରି କରି କହିଛନ୍ତି, ବୟସ ପୂର୍ବରୁ ଅର୍ଥାତ ବାଲ୍ୟକାଳରୁ ଯେଉଁଭଳି ଭାବେ ପିତାମାତା ପୁଅ ଝିଅ ପାଇଁ ପ୍ରସ୍ତାବ ଖୋଜି ନିର୍ବନ୍ଧ କରି ବିବାହ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ଏଭଳି କରିବା ଯୁକ୍ତିଯୁକ୍ତ ନୁହେଁ । ଏହା ଦ୍ବାରା ସେମାନଙ୍କର ଜୀବନସାଥି ଖୋଜିବାର ସ୍ବତନ୍ତ୍ର ଇଚ୍ଛାର ଉଲଂଘନ କରାଯାଉଛି । ଦେଶରେ ବାଲ୍ୟ ବିବାହର ରୋକିବାକୁ ନେଇ ହୋଇଥିବା ଯାଚିକା ଉପରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ରାୟ ଶୁଣାଇ କହିଛନ୍ତି, ଦଣ୍ଡ ଏବଂ ଅଭିଯୋଜନା ପରିବର୍ତ୍ତେ ନିଷେଧ ଏବଂ ଆକଟ ଉପରେ ଫୋକସ୍ କରିବା ଜରୁରୀ । ମୁଁ କାନୁନ ଏବଂ ସମାଜଶାସ୍ତ୍ରୀୟ ବିଶ୍ଲେଷଣକୁ ଦେଖିଛି । ବାଲ୍ୟ ବିବାହ ନିଷେଧ ଅଧିନିୟମର ସଠିକ ନିର୍ଦ୍ଦେଶ ଦେଇଛୁ । ଅଣସଂରକ୍ଷିତ ବର୍ଗ, ଅସ୍ବାକ୍ଷରତା, ଗରିବୀଗ୍ରସ୍ତମାନଙ୍କୁ ସଠିକ୍ କାଉନସଲିଂ କରିବା ଜରୁରୀ ।

Get real time updates directly on you device, subscribe now.