ହୁତୁହୁତ ହୋଇ ଜଳିଲା ଘର, ୨ ଜୀବନ୍ତ ଦଗ୍ଧ, ୪ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯାଇଥିଲା। ଘରେ ଉପସ୍ଥିତ ଦୁଇ ଜଣ ଲୋକ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିଲେ। ଘରୁ ଦୁଇଟି ଜଳିଯାଇଥିବା ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୨୪ ମିନିଟ ସମୟରେ ଶାହଦରା ସ୍ଥିତ ଏକ ଘରେ ନିଆଁ ଲାଗିଯାଇଥିଲା। ଏହାପରେ ୫ଟି ଫାୟାର ଇଞ୍ଜିନ୍ ଏବଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘରେ ନିଆଁ ଲାଗିବା ପରେ ସେଠାରେ ଚାରି ଜଣ ଲୋକେ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ଦୁଇ ଜଣଙ୍କ ପୋଡା ମୃତଦେହ ବାହାରକୁ ଅଣାଯାଇଥିବାବେଳେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ଯୋଗୁଁ ପରିବାର ଲୋକେ ବାହାରକୁ ଆସିପାରିନଥିଲେ।

Get real time updates directly on you device, subscribe now.