ସ୍କୁଲରେ କୁନି ଝିଅ ସହ ଯୌନ ଉତ୍ପୀଡନ, ମାମଲାରେ ୩ ଗିରଫ

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ଥିବା ଏକ ସ୍କୁଲରେ ୪ ବର୍ଷର ଛାତ୍ରୀ ସହ ଡିଜିଟାଲ ରେପ ଅଭିଯୋଗ । ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଗରିଫ କରିଛି । ଏହି କାମରେ ସ୍କୁଲର ଶିକ୍ଷକଙ୍କ ସମ୍ପୃକ୍ତି ପରି ସାଙ୍ଘାତିକ ତଥ୍ୟ ପୋଲିସକୁ ତଦନ୍ତରୁ ହସ୍ତଗତ ହୋଇଛିା

ସୂଚନା ମୁତାବକ, ନୋଏଡାକେ ରହୁଥିବା ଏକ ପରିବାରର ୩ ବର୍ଷ ୭ ମାସରେ ଝିଅ ପେଟରେ ଯନ୍ତ୍ରଣା ନେଇ ଅଭିଯୋଗ କଲା । କଣ ହୋଇଛି ବୋଲି ବାପା ମା ପଚାରିବାରୁ ଆଗ ତ ସେ କିଛି କହିନଥିଲା । ଗେହ୍ଲାରେ ପଚାରିବାରୁ ସେ କହିଥିଲା କି ସ୍କୁଲରେ ଖାଦ୍ୟ ଦେଉଥିବା ଭାଇ ତା ଚଡି ଖୋଲି ଭିତରେ କଣ ଭର୍ତ୍ତି କରିଥିଲେ । ତାକୁ କାଟିଥିଲା ।ଏମିତି କରିବା ପରେ ତାର ଶ୍ରେଣୀ ଶିକ୍ଷକ ଛାତ୍ରୀକୁ ଧମକ ଦେଇଥିଲେ କି, ସେ କାହାକୁ ଏ କଥା କହିବ ନାହିଁ ।

ଏହା ଜଣି ବାପା, ମାଆଙ୍କ ଆଖିରୁ ନିଦ ହଜିଯାଇଥିଲା । ସେମାନେ ଝିଅକୁ ନେଇ ଡାକ୍ତର ପାଖକୁ ଯାଇଥିଲେ । ଡାକ୍ତର ଶିଶୁର ପରୀକ୍ଷା କରି ତା ସହ ଯୌନ ଉତ୍ପୀଡନ ହୋଇଥିବା କହିଥିଲେ । ଏହା ପରେ ପରିବାର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଶିଶୁ ଦ୍ୱାରା ଅଭିଯୁକ୍ତର ଚିହ୍ନଟ କରାଇ ଗିରଫ କରିଛି । ଏଥିସହ କ୍ଲାସ ଟିଚର ଓ ସ୍କୁଲ ପ୍ରଶାସକଙ୍କୁ ମଧ୍ୟ ଗିରଫ କରିଛି ।

ତେବେ ଡିଜିଟାଲ ରେପ କଣ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ଡିଜିଟାଲ ରେପ ହେଉଛି ଜୋର ଜବରଦସ୍ତି ଅପ୍ରାକୃତିକ ଯୌନ ଉତ୍ପୀଡନ ଦେବା ।

Get real time updates directly on you device, subscribe now.