କବର ଭିତରୁ ଶବର ମୁଣ୍ଡ କାଟିନେଉଥିଲା ତାନ୍ତ୍ରିକ, କହିଲା…

ବିଜନୌର: ଉତ୍ତର ପ୍ରଦେଶର ବିଜନୌରରେ ଘଟିଛି ଲୋମ ଟାଙ୍କୁରା ଘଟଣା । ଘଟଣାରେ ଜଡିତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି . ପଚରାଉଚରାରେ ଏମାନେ ପୋଲିସ ଆଗରେ ଖୋଲି ଦେଇଛନ୍ତି ସବୁ ଗୁମର, ଯାହାକୁ ଶୁଣି ପୋଲିସ କାବା ।

ବିଜନୌରର ହଲ୍ଦୌର ଥାନା ଅଧିକାରୀ ପ୍ରତାପ କହିଛନ୍ତି କି, ୨୩ ସେପ୍ଟେମ୍ବରକୁ ଖାରିରେ ଥିବା କବରସ୍ଥଳରେ ଏକ କବର ଖୋଲା ଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି କବର ଖୋଲିବା ବେଳକୁ ସେଥିରେ ଗଣ୍ଡି ଥିଲା ହେଲେ ମୁଣ୍ଡ ଗାଏବ ଥିଲା । ତଦନ୍ତ କରିବାରୁ ଏଥିସହ ତନ୍ତ୍ରମନ୍ତ୍ର ସହ ସମ୍ପର୍କ ଥିବା ଜଣାପଡିଥିଲା । ପୋଲିସ ତଦନ୍ତ କରୁ କରୁ କସିମୁଦ୍ଦିନ ଓ ରାମବୀର ନିକଟରେ ପହଞ୍ଚିଥିଲା ।

ଏହି ଦୁଇଜଣ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ତାନ୍ତ୍ରିକ ଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ପଚରା ଉଚରା କରିବାରୁ ଦୁହେଁ ସବୁ ଭୁଲ ସ୍ୱିକାର କରିଥିଲେ । ସେମାନେ ପୋଲିସକୁ କହିଥିଲେ କି, ଉଭୟ ଜୁଆ ଖେଳନ୍ତି । ଜୁଆରେ ଲାଭ ପାଇଁ ତନ୍ତ୍ର ସାଧନା କରୁଥିଲେ । ତନ୍ତ୍ର ସାଧନ କରିବାକୁ ୨୨-୨୩ ସେପ୍ଟେମ୍ବର ରାତିରେ ଜଣଙ୍କ କରବ ବାହାର କରି ତାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରି ମୁଣ୍ଡ ନେଇଯାଇଥିଲେ ।

ଘଟଣାକୁ ନେଇ ହଟଗୋଳ ହେବାରୁ ଅଭିଯୁକ୍ତ ଗଣ୍ଡିକୁ ନେଇ ମୁମ୍ବାଇ ପଳାଇଥିଲେ ଓ ସେଠି ସମୁଦ୍ରରେ ପକାଇ ଦେଇଥିଲେ । ପୋଲିସ ଦୁଇଜଣଙ୍କ ଠାରୁ ଫାଉଡା, କୋଦାଳ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ପୋଲିସ କହିଛି, ବ୍ୟକ୍ତିଜଣଙ୍କ ମୃତ୍ୟୁ ପରେ ଯେଉଁଦିନ ଫାତିହା ପଢିବାକୁ ଲୋକ ପହଞ୍ଚିଥିଲେ, ପାଇଥିଲେ କି କବରଟି ଖୋଲା ଅଛି । କବର ଖୋଲି ଦେଖନ୍ତି ତ, ସେଥିରେ ମୁଣ୍ଡ ନାହିଁ । ସେହି ସ୍ଥାନରୁ କିଛି ତନ୍ତ୍ର ସମ୍ପର୍କିତ ସାମଗ୍ରୀ ମିଳିବାରୁ ତନ୍ତ୍ର ପାଇଁ ଏମିତି କରାଯାଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.