ଏକ ଚାଞ୍ଚଲ୍ୟକର ଆବିଷ୍କାର! ଜଣେ ପୁରୁଷଙ୍କ ଶରୀରରେ ରହିଥିଲା ୩ଟି ଲିଙ୍ଗ, ବୈଜ୍ଞାନିକମାନେ ଖୋଜୁଛନ୍ତି ଏହି ଦୁର୍ଲ୍ଲଭ ମାମଲା ପଛର ରହସ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ପୁରୁଷ ବା ମହିଳାଙ୍କୁ ଏକ ବିରଳ ରୋଗ ହୋଇଥାଏ । ଲକ୍ଷେ ବୋ କୋଟିଏ ଲୋକଙ୍କ ମଧ୍ୟରୁ ମାତ୍ର ଜଣେ ଏଭଳି ରୋଗରେ ସଂକ୍ରମିତ ହେଉଥିବାରୁ ଏହି ବିରଳ ରୋଗକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବିରଳ ମାମଲା । ଜଣେ ପୁରୁଷଙ୍କ ଶରୀରରେ ୩ଟି ଲିଙ୍ଗ ରହିଥିଲା । ଏହି ଦୁର୍ଲ୍ଲଭ ମାମଲାରେ ବ୍ରିଟେନର ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଜୀବିତ ରହିବା ପରେ ୭୮ ବର୍ଷ ବୟସରେ ପରଲୋଗ ଗମନ କରିଥିଲେ । ଏହି ଚାଞ୍ଚଲ୍ୟକର ଆବିଷ୍କାରକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଉକ୍ତ ବୃଦ୍ଧି ବ୍ୟକ୍ତିଙ୍କ ଶରୀର ଦାନ କରାଯିବା ପରେ ୟୁକେର ବର୍ମିଂଘମ ବିଶ୍ୱବିଦ୍ୟାଳୟର ଗବେଷକମାନେ ତାଙ୍କର ପୋଷ୍ଟ ମର୍ଟମ କରିଥିଲେ । ତେବେ ରିସର୍ଚ୍ଚରୁ ମେଡିକାଲ ଛାତ୍ରମାନେ ଯାହା ପାଇଥିଲେ ତାହା ସେମାନଙ୍କୁ ବିସ୍ମିତ କରିଦେଇଥିଲା । ମୃତ ବୃଦ୍ଧ ବ୍ୟକ୍ତିଙ୍କ ମୁଖ୍ୟ ଯୋନ ଅଙ୍ଗ ନିକଟରେ ତ୍ୱଚା ତଳେ ଦୁଇଟି ଅତିରିକ୍ତ ଲିଙ୍ଗ ଶଫ୍ଟ ରହିଥିବା ପାଇଥିଲେ । ବାହାରୁ ଦେଖିବାକୁ ବ୍ୟକ୍ତିଙ୍କ ଯୌନାଙ୍ଗ ସାମାନ୍ୟ ଜଣାପଡ଼ୁଥିଲା । ମାତ୍ର ପୋଷ୍ଟ ମର୍ଟମ ପରେ ବ୍ୟକ୍ତିଙ୍କର ଶାରୀରିକ ସଂରଚନାରେ ଅସାମାନ୍ୟ ଭିନ୍ନତା ରହିଥିବା ସ୍ପଷ୍ଟ ହୋଇଥିଲା । ଏହି ସ୍ଥିତିକୁ ‘ତ୍ରିଫାଲିଆ’ ବୋଲି କୁହାଯାଇଥାଏ । ଏହି ଦୁର୍ଲ୍ଲଭ ମାମଲା ପୂର୍ବରୁ ୨୦୨୦ରେ ତିଫାଲିଆର କେବଳ ଏକ ମାମଲା ସାମ୍ନାକୁ ଆସିଥିଲା । ଇରାକୀ ଗବେଷକମାନେ ଏକ ୩ ମାସର ଶିଶୁଠାରେ ଉକ୍ତ ବିରଳ ମାମଲା ପାଇଥିଲେ । ଉକ୍ତ ଶିଶୁଠାରେ ଦୁଇଟି ଅତିରିକ୍ତ ଲିଙ୍ଗ ରହିଥିଲା । ଡାକ୍ତରମାନେ ବାହାରେ ରହିଥିବା ଦୁଇ ଅଙ୍ଗକୁ ସର୍ଜରୀ ମାଧ୍ୟମରେ ହଟାଇ ଦେଇଥିଲେ ।

ତ୍ରିଫାଳିଆ ବା ତିନି ଲିଙ୍ଗର ଉପସ୍ଥିତି ହେଉଛି ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଜନ୍ମଜାତ ଜନ୍ମ ଦୋଷ । ବର୍ତ୍ତମାନ ସୁଦ୍ଧା ମଣିଷ କ୍ଷେତ୍ରରେ ଏହାକୁ ନେଇ କେବେ ବି ରିପୋର୍ଟ କରାଯାଇ ନଥିଲା । ବାସ୍ତବରେ ଲିଙ୍ଗର ବାହାରେ ଲିଙ୍ଗର ନକଲ ରହିବା ଅତ୍ୟନ୍ତ ଦୁର୍ଲ୍ଲଭ ମାମଲା । ୫୦-୬୦ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଜଣେ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି । ଅନ୍ୟପକ୍ଷରେ ଡିପହେଲିଆ ବା ଲିଙ୍ଗର ନକଲ ମାମଲା ପୂର୍ବରୁ ସାମ୍ନାକୁ ଆସିଥିଲା । ପ୍ରଥମ ଥର ପାଇଁ ବ୍ରିଟିଶର ଏହି ବୟସ୍କ ବ୍ୟକ୍ତି ତ୍ରିଫାଲିୟାରେ ସଂକ୍ରମିତ ହୋଇଥିବା ବେଳେ ୨୦୨୦ରେ ଜଣେ ଶିଶୁଠାରେ ଏହି ଦୁର୍ଲ୍ଲମ ମାମଲା ଦେଖିବାକୁ ମିଳିଥିଲା । ତ୍ରିଫାଲିଆ ଅସାଧାରଣ ଭାବେ ଦୁର୍ଲ୍ଲଭ ଅଟେ ଓ ଏହା କୌଣସି ବ୍ୟକ୍ତିଠାରେ ଅଲଗା ଅଲଗା ହୋଇପାରେ । ତ୍ରିଫାଲିଆର କାରଣ ଓ ସମ୍ଭାବ୍ୟ ଉପଚାର ବିଷୟରେ ଭଲରେ ବୁଝିବା ପାଇଁ ଅଧିକ ରିସର୍ଚ୍ଚର ଆବଶ୍ୟକତା ପଡ଼ିବ ।

Get real time updates directly on you device, subscribe now.