ଅଯୋଧ୍ୟା ଦୀପୋତ୍ସବ; ଅନଲାଇନରେ କରିପାରିବେ ଦୀପଦାନ, ଘରକୁ ଆସିବ ରାମଲାଲାଙ୍କ ପ୍ରସାଦ

ନୂଆଦିଲ୍ଲୀ: ଗତ କିଛି ବର୍ଷରୁ ଦୀପାବଳି ଅବସରରେ ଅଯୋଧ୍ୟାର ସରୟୁ ନଦୀ ତଟରେ ‘ଦୀପୋତ୍ସବ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତବର୍ଷ ଅକ୍ଟୋବର ୩୦ ତାରିଖରେ(ଦୀପାବଳି ପୂର୍ବ ଦିନ) ଦୀପୋତ୍ସବ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଶ-ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ଦୀପଦାନ କରିବାକୁ ଇଚ୍ଛା ରଖିଥାନ୍ତି । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଏଠାରେ ପହଞ୍ଚି ପାରିନଥାନ୍ତି । ତେବେ ଚଳିତବର୍ଷ ଅନଲାଇନ ମାଧ୍ୟମରେ ଦୀପ ଦାନ କରିପାରିବେ ଶ୍ରଦ୍ଧାଳୁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତିଭାବକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦୀପୋତ୍ସବ ମହାପର୍ବ ଅବସରରେ ‘ଏକ ଦୀୟା ରାମ କେ ନାମ’ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି ।

ଉତ୍ତରପ୍ରଦେଶ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ପ୍ରସାଦଙ୍କୁ ଅଯୋଧ୍ୟା ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଅଶ୍ୱନୀ କୁମାର ପାଣ୍ଡେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ତଥା ବିଦେଶର ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ଯେକୌଣସି ପରିମାଣ ଦାନ କରିପାରିବେ। ଏହି ମହାନ ପର୍ବ ବଦଳରେ ପ୍ରସାଦ ମଧ୍ୟ ଭକ୍ତଙ୍କ ନିକଟକୁ ପଠାଯିବ । http://www.divyaayodhya.com/bookdiyaprashad ଲିଙ୍କକୁ ଯାଇ ଅନଲାଇନରେ ଦାନ କରିପାରିବେ ଶ୍ରଦ୍ଧାଳୁ । ଡା. ରାମମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟ ପ୍ରଶାସନ ତରଫରୁ କୁଳପତିଙ୍କ ନିର୍ଦ୍ଦେଶ ଅନୁସାରେ, ଦୀପୋତ୍ସବର ଭବ୍ୟ ଆୟୋଜନ ପାଇଁ ୨୨ଟି ସମିତି ଗଠନ କରିଛନ୍ତି ।

ଅନ୍ୟପକ୍ଷରେ ଦୀପୋତ୍ସବ ନୋଡାଲ ଅଧିକାରୀ ପ୍ରଫେସର ସନ୍ତ ଶରଣ ମିଶ୍ର କହିଛନ୍ତି ଯେ, ଗୁରୁବାର ଦ୍ୱିତୀୟ ଦିନରେ ଘାଟ ମାର୍କିଂ କମିଟିର ସଂଯୋଜକ ଡକ୍ଟର ରଂଜନ ସିଂଙ୍କ ତତ୍ତ୍ୱାବଧାନରେ ଉଭୟ ପାର୍ଶ୍ୱରେ ଥିବା ଘାଟରେ ମାର୍କିଂ କାର୍ୟ୍ୟ ଆରମ୍ଭ ହୋଇଛି। ଏଥିରେ ୮୦ ପ୍ରତିଶତ ମାର୍କିଂ କାର୍ୟ୍ୟ ସମାପ୍ତ ହୋଇ ସାରିଥିବା ବେଳେ ସରୟୁର ମୋଟ ୫୫ଟି ଘାଟରେ ମାର୍କିଙ୍ଗ କାର୍ଯ୍ୟ ଜାରି ରହିଛି । ଏହି ଚିହ୍ନିତ ସ୍ଥାନରେ ଘାଟ ସମନ୍ୟକ ଘାଟ ପ୍ରଭାରୀଙ୍କ ତଦାରଖରେ ୨୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଇବା ପାଇଁ ୨୮ ଦୀପ ଲଗାଯିବ ।

Get real time updates directly on you device, subscribe now.