(Video) ମୁହଁରେ ମୁହଁ ଲଗାଇ ସାପକୁ ଦେଲେ CPR, ଭିଡିଓ ଦେଖି ଉଡିଯିବ ହୋସ୍

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାର ଏକ ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଗୁରୁତର ସାପକୁ ଉଦ୍ଧାର କରି ସିପିଆଇ ଦେଇ ଜୀବନ ବଞ୍ଚାଉଥିବା ଦେଖାଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସବୁଠାରୁ କୌତୁହଳର ବିଷୟ ସାପକୁ ସିପିଆର ଦେବା ପରେ ସେ ବଞ୍ଚି ମଧ୍ୟ ଯାଉଛି ।

ସୂଚନା ଅନୁସାରେ, ବନ୍ୟପ୍ରାଣୀ ସୁରକ୍ଷାକର୍ମୀଜଣକ ରାସ୍ତାରେ ଏକ ସାପ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲେ । ସାପଟି ବେହୋସ ଭାବେ ପଡିରହିଥିଲା । ତେବେ ଏହା ଦେଖି ସେ ସାପକୁ ଜୀବୀତ କରିବା ପାଇଁ ଚେଷ୍ଟା କରିଥିଲେ । ସେ କହିଥିଲେ, ମେତେ ଲାଗୁଛି ସାପଟି ବଞ୍ଚିଯିବ । ବିନା କିଛି ଭାବି ସେ ସାପକୁ ତଳୁ ଉଠାଇ ଜାବୁଡି ଧରିଲେ । ଏହାପରେ ପ୍ରାୟ 3 ମିନିଟ ଧରି ସାପକୁ ସିପିଆର ଦେଇଥିଲେ ।

ପ୍ରଥମେ ତାଙ୍କର ସାହାସିକତା ବ୍ୟର୍ଥ ଲାଗିଥିଲା । କାରଣ ପ୍ରଥମ 1 ମିନିଟ ସିପିଆର ଦେବା ପରେ ସାପର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଏହାପରେ ପୁଣି ସିପିଆର ଦେବାକୁ ସାପର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସିପିଆର ଦେବାରୁ ସାପଟି ପୁନର୍ଜୀବିତ ହୋଇଥିଲା । ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ସାବାସି ଦେଉଥିବା ଦେଖାଯାଇଛି ।

Get real time updates directly on you device, subscribe now.