ରାତିରେ ଶୋଇବା ଆଗରୁ ପାଣି ପିଇବା ଠିକ୍ ନା ଭୁଲ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

ନୂଆଦିଲ୍ଲୀ: ହାଇଡ୍ରେସନ ରହିବା ଶରୀର ପାଇଁ ଜରୁରୀ ଅଟେ । କିନ୍ତୁ ଶରୀର ପାଇଁ ଯେତିକି ପାଣି ଜରୁରୀ, ତାହାଠାରୁ ଅଧିକ ପାଣି ପିଇବା ଶରୀର ପାଇଁ କ୍ଷତି ହୋଇପାରେ । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ସେମାନେ ରାତିସାରା ହାଇଡ୍ରେଟ୍ ରହିପାରିବେ । ଯଦି ଆପଣ ମଧ୍ୟ ଏଭଳି ଭାବୁଛନ୍ତି, ତେବେ ଏହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ହୋଇଥାଏ ।

ଶୋଇବା ପୂର୍ବରୁ ପାଣି ପିଇବା ଦ୍ବାରା ଡିହାଇଡ୍ରେସନରୁ ମୁକ୍ତି ମିଳିଥାଏ । ଯାହା ଶରୀରର ଟେମ୍ପ୍ରଚର ରେଗୁଲେସନ, ଖରାପ ପଦାର୍ଥ ବାହାର କରିବା ଏବଂ ଜଏଣ୍ଟ ଲୁବ୍ରିକେସନକୁ ସପୋର୍ଟ କରିଥାଏ । ଯେଉଁମାନ ଗରମ ତାପମାତ୍ରାରେ ରହୁଛନ୍ତି ସେମାନଙ୍କ ପାଇଁ ଏହା ଫାଇଦା ଦେଇପାରେ । ରାତିରେ ଅଧିକ ଝାଳ ବାହାରୁଥିଲେ ମଧ୍ୟ ସେଥିରୁ ବର୍ତ୍ତିବା ପାଇଁ ଏହା ସାହାଯ୍ୟ କରିବ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦ୍ବାରା ମୁଡ୍ ଠିକ ରହିଛାଏ ଏବଂ ଚିଡଚିଡା ପଣ ଦୂର ହୋଇଥାଏ । ଯେଉଁମାନେ ଅଧିକ ପାଣି ପିଉଛନ୍ତି, ସେମାନଙ୍କ ଠାରେ ଇମୋସନାଲ ଷ୍ଟେବିଲିଟି ଏବଂ ଆନ୍ତରିକ ଶାନ୍ତି ମିଳିଥାଏ । ରାତିରେ ପାଣି ପିଇ ଶୋଇବା ଦ୍ବାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ନିଦ ମଧ୍ୟ ଭଲ ହୋଇଥାଏ ।

ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଶରୀର ପାଇଁ ଏକ ପ୍ରାକୃତିକ ଡିଟକ୍ସ ଭାବରେ କାମ କରିଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ଝାଳ ଦ୍ବାରା ଅଦରକାରୀ ପଦାର୍ଥ ବାହାରକୁ ବାହାରିଥାଏ । ଏହା ବ୍ୟତୀତ ଶୋଇବା ପୂର୍ବରୁ ଉଷୁମ ପାଣିରେ ଲେମ୍ବୁ ମିଶାଇବା ଦ୍ୱାରା କେବଳ ସ୍ୱାଦ ନୁହେଁ ବରଂ ଭିଟାମିନ୍ ସି ମଧ୍ୟ ବଢିଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀର ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା ବଢାଇଥାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ବାରା ଏହା ଶୋଇବାରେ ସମସ୍ୟା ହୋଇଥାଏ । ବାରମ୍ବାର ବାଥରୁମ ଯିବା କାରଣରୁ କମ୍ ନିଦ ହୋଇଥାଏ ଏବଂ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ନିଦ ନହେଲେ ହାର୍ଟ, ବ୍ଲଡ ପ୍ରେସର, ହାଇ କଲେଷ୍ଟ୍ରଲ ହେବାର ସମ୍ଭାବନା ଅଧିକ ରହିଥାଏ । ଶୋଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।