କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ ? ଜାଣନ୍ତୁ ଏହାର ଲକ୍ଷଣ ଓ ବର୍ତ୍ତିବାର ଉପାୟ

ଦିନକୁ ଦିନ କିଡନୀ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏକ ରିପୋର୍ଟ ଅନୁସାରେ, ଏହା 2040 ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ଼ କାରଣ ହୋଇପାରେ। ତେବେ କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଏବଂ ପ୍ରତିରୋଧ କିପରି କରାଯାଇ ପାରିବ, ଜାଣନ୍ତୁ…

କିଡନୀ କର୍କଟର ଲକ୍ଷଣ

ପରିସ୍ରାରେ ରକ୍ତ।
ଅଣ୍ଟାରେ ଯନ୍ତ୍ରଣା।
ଭୋକ ନ ଲାଗିବା।
ଓଜନ ହ୍ରାସ।
ଜ୍ୱର ଲାଗି ରହିବା।
ରକ୍ତହୀନତା ଏବଂ ଦୁର୍ବଳତା।

କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ
ଧୂମପାନ କରୁଥିବା ବ୍ୟକ୍ତି କିଡନୀ ବା ବୃକକ କର୍କଟରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କର କିଡନୀ କର୍କଟ ହୋଇପାରେ।

କିଡନୀ କର୍କଟକୁ ରୋକିବା ପାଇଁ କଣ କରିବା ଉଚିତ୍?
କିଡନୀ କର୍କଟକୁ ରୋକିବା ପାଇଁ ଶରୀରର ଓଜନ ବଜାୟ ରଖନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ଯଦି ରକ୍ତଚାପ ଅଛି, ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ। ନିୟମିତ ଔଷଧ ସେବନ କରନ୍ତୁ। ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାଠୁ ନିଜକୁ ରକ୍ଷା କରନ୍ତୁ।

ଚିକିତ୍ସା
ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର କିଡନୀ କର୍କଟ ଅଛି, ତେବେ 6 ମାସ କିମ୍ବା ବର୍ଷେ ମଧ୍ୟରେ ଯାଞ୍ଚ କରାଇ ନିଅନ୍ତୁ। ଯାହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ରୋଗ ଚିହ୍ନଟ ହୋଇପାରିବ। ରୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅସ୍ତ୍ରୋପଚାର କିମ୍ବା ଔଷଧ ପାଇଁ ପରାମର୍ଶ ଦେଇଥାନ୍ତି।