ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି: ଡାଟା ଏଣ୍ଟ୍ରି ଅପରେଟର ଓ ଷ୍ଟୋରକିପର ପଦରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ-ଷ୍ଟୋରକିପର ଓ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନିଜ ନିଜର ଆବେଦନ ପତ୍ର ସ୍ପିଡ୍ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ଜରିଆରେ ପଠାଇ ପାରିବେ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ-ଷ୍ଟୋରକିପର ପାଇଁ ୮ଟି ପଦ ଖାଲି ରହିଛି । ଫିଜିକ୍ସ, କେମିଷ୍ଟ୍ରି, ବଟାନି, ଜୁଲୋଜି, ବାୟୋଟୋକ୍ନୋଲୋଜି, ପରିବେଶ ବିଜ୍ଞାନ, ମେରାଇନ ବିଜ୍ଞାନ ଓ କମ୍ପ୍ୟୁଟର ସାଇନ୍ସ ଆଦି ବିଷୟରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ମାସିକ ବେତନ ପ୍ରଦାନ କରାଯିବ । ଚଳିତ ବର୍ଷ ନଭେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୩୨ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧୨ଟି ପଦ ଖାଲି ରହିଛି । ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ ସହ ପିଜିଡିସିଏ କରିଥିବା ପ୍ରାର୍ଥୀ ଏହି ପଦରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ମାସିକ ୧୨ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ଉଭୟ ପଦ ପାଇଁ ବୟସ ଯୋଗ୍ୟତା ସମାନ ରହିଛି ।

ବିଜ୍ଞପ୍ତି ଲିଙ୍କ: https://www.buodisha.edu.in/wp-content/uploads/2024/10/Applications-Invited-for-Temporary-Engagement-of-Laboratory-Assistant-cum-Store-Keeper-and-Data-Entry-Operator.pdf