ବିଜ୍ଞାନର ସଫଳତା, ଏଣିକି ମଣିଷ ବୃଦ୍ଧକାଳୀନ ରୋଗରୁ ହେବ ମୁକ୍ତ

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟଜନିତ ରୋଗ ଜୀବନର ଶେଷ ସମୟକୁ ଦୁରୁହ କରିଦିଏ । ଏହି ରୋଗର କାରଣ ମୁଖ୍ୟତଃ ଏମଏଏନଫ ନାମକ ପ୍ରୋଟିନ ପାଇଁ ହୋଇଥାଏ । ତେବେ କାନାଡାରେ ରହୁଥିବା ଜଣେ ମୂଳ ଭାରତୀୟ ବୈଜ୍ଞାନିକ ତାଙ୍କ ଗବେଷଣାରୁ ଏହି ପ୍ରୋଟିନର ବିକାଶ କରିବାରେ ସକ୍ଷମ ହୋଇଛନ୍ତି । ଫଳରେ ଆଉ ଲୋକଙ୍କ ଭିତରେ ବାର୍ଦ୍ଧକ୍ୟ ଜନିତ ରୋଗ ହେବନାହିଁ ।

ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟର ଗବେଷକଙ୍କ ମୁତାବକ, ଏମଏଏନଏଫ ପ୍ରୋଟିନ ମଣିଷ କୋଷରେ ଥିବା ହାନୀକାର ପ୍ରୋଟିନ କ୍ଲମ୍ପକୁ ଭାଙ୍ଗିଦିଏ । ଫଳରେ ରୋଗର ଚିକିତ୍ସା ସହଜ ହୁଏ । ଏନେଇ ବୈଜ୍ଞାନିକ ପ୍ରଫେସର ଭଗବତୀ ଗୁପ୍ତା କହିଛନ୍ତି, ଏହି ପ୍ରୋଟିନର ଏକୀକରଣ ପାଇଁ ଶରୀରର କୋଷରେ ଚାପ ଅନୁଭା ହୁଏ । ପ୍ରୋଟିନ ତିଆରି ହେଉଥିବା ଏଣ୍ଡୋପ୍ଲାଜାମିକ ରେଟିକୁଲମ ଆଗକୁ ପ୍ରୋଟିନ ତିଆରି କରି ପାରେନାହିଁ ।

ଗବେଷଣା ପରେ ବୈଜ୍ଞାନିକ ପାଇଛନ୍ତି କି ଏମଏଏନଏଫ ଶରୀରରେ ପ୍ରୟୋଗ ଦ୍ୱାରା କୋଷିକା କାର୍ଯକ୍ଷମ ହେବା ସହ ଶରୀର ସୁସ୍ଥ ହୁଏ । ଗବେଷଣା କାଳରେ ସି-ଏଲେଗାନ୍ସ ନାମକ ପୋକକୁ ନେଇ ପରୀକ୍ଷା କରିବା ସମୟରେ ଏହି ପ୍ରୋଟିନ ସମ୍ପର୍କରେ ଜଣାପଡିଥିଲା । ବୈଜ୍ଞାନିକ ଜାଣିଥିଲେ କି, ଶରୀରରେ ଜମାଟ ବାନ୍ଧୁଥିବା ପ୍ରୋଟିନକୁ ଏମଏଏନଫ ପ୍ରୋଟିନ ଭାଙ୍ଗି କୋଷିକାକୁ ନମନୀୟ କରେ ।

ଏହା ମଧ୍ୟ କୋଷ ଭିତରେ ଜମୁଥିବା ଆବର୍ଜନାକୁ ସଫାକରେ । ଫଳରେ ଶରୀରରେ ସେସବୁ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ହେବାର ସମ୍ଭାବନା କମିଯାଏ । ଏହି ଗବେଷଣା ସହ ବ୍ରିଟିଶ କଲୋମ୍ବିଆ ୟୁନିଭର୍ସିଟିର ଗବେଷକ ଶେନ ଟେଲର ସହମତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.