ଅନଲିମିଟେଡ୍ କଲିଂ ପ୍ଲାନର ଦାମ୍ ହ୍ରାସ କଲା Jio: ୧୬୦ ଟଙ୍କାରେ ଅସୀମିତ କଲ୍ କରିପାରିବେ ଗ୍ରାହକ

ନୂଆଦିଲ୍ଲୀ: ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାନ୍ତି । ବିଶେଷ କରି ଦେଶର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଏ ଏ କ୍ଷେତ୍ରରେ ସର୍ବଦା ଆଗରେ ରହିଥାଏ । ତେବେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ସମୟରେ ଜିଓ ଗ୍ରାହକଙ୍କ ପାଇଁ ଆଣିଛି ଏକ ବଢ଼ିଆ ପ୍ଲାନ୍ । ସାଧାରଣ ଭାବେ ନିଜର ସିମକୁ ଆକ୍ଟିଭ ରଖିବା, ଅସୀମିତ କଲ କରିବା ଓ ଇନକମିଂ ଆସିବା ପାଇଁ ଗ୍ରାହକମାନେ ମାସକୁ ୧୮୯ ଟଙ୍କା ବା ପାଖାପାଖି ୨୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ଏଣିକି ଗ୍ରାହକଙ୍କୁ ଆଉ ଏତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କାରଣ ଏହା ମଧ୍ୟରେ ଜିଓ ୪୭୯ ଟଙ୍କିଆ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ବୈଧତା ୮୪ ଦିନ ବା ପାଖାପାଖି ୩ ମାସ ରହିଛି ।

ଜିଓର ଏହି ପ୍ଲାନ ମୁତାବକ, ଗ୍ରାହକମାନେ ମାସକୁ ପାଖାପାଖି ୧୬୦ ଟଙ୍କା ଖର୍ଚ୍ଚ କରି ଜିଓର ବିଭିନ୍ନ ସେବା ପାଇପାରିବେ । ଗ୍ରାହକମାନେ ଏହି ପ୍ଲାନରେ ୧୦୦୦ ଏସଏମଏସ, ୬ ଜିବି ଡାଟା ଓ ଅନଲିମିଟେଡ୍ କଲିଂ ସୁବିଧା ପାଇ ପାରିବେ । କିଛିଦିନ ତଳେ ଜିଓ ସମେତ ବିଭିନ୍ନ ଟେଲିକମ୍ କମ୍ପାନୀମାନେ ନିଜର ବିଭିନ୍ନ ପ୍ଲାନର ଦର ବୃଦ୍ଧି କରିଥିଲେ । ତେଣୁ ଗ୍ରାହକମାନେ ତାହାକୁ ନେଇ ବଡ଼ ନିରାଶ ହୋଇଥିଲେ । ତେବେ ପୂଜା ଅବସରରେ ଜିଓ ପୁଣି ଥରେ ଗ୍ରାହକଙ୍କୁ ଏକ ଖୁସି ଖବର ଦେଇଛି । ୪୭୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ରିଚାର୍ଜ କରିବା ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା କମ୍ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ଆପଣମାନେ ଆଉ ଡେରି ନକରି ଶୀଘ୍ର ଜିଓର ଏହି ପ୍ଲାନର ଫାଇଦା ଉଠାନ୍ତୁ ।

Get real time updates directly on you device, subscribe now.