(Video) ଦାମୀ ସ୍କୁଲକୁ ପିଲାଙ୍କୁ ପଠାଉଛନ୍ତି କି, ଏଥିପ୍ରତି ଥାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆମେ ଅନେକ ଥର ଦେଖିଥିବା, ରାସ୍ତା ଉପରେ, ପୁରୁଷ ବା ବାଳକଙ୍କ ଭିତରେ ମାଡଗୋଳ, ଧସ୍ତାଧସ୍ତି ପରି ଦୃଶ୍ୟ । ହେଲେ ସ୍କୁଲର ଛାତ୍ରୀ ଏମିତି ବିଚ ରାସ୍ତାରେ ଗଡାତଡା,ଚୁଟି ଟଣା ଓଟରା କରିବା କେବେ ଦେଖିଛନ୍ତି । ଏବେ ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ସ୍କୁଲର ଛାତ୍ରୀଙ୍କ ଭିତରେ ହେଉଛି ଝଗଡା, ଟଣାଓଟରା ।

ୟୁପିର ନୋଏଡାରେ ଥିବା ଏକ ନାମୀଦାମୀ ସ୍କୁଲର ଛାତ୍ରୀଙ୍କ ଭିତରେ ରାସ୍ତା ଉପରେ ହେଉଛି ଯୁଦ୍ଧ । କିଏ କାହାର ଚୁଟି ଟାଣୁଛି ତ କିଏ କାହା ପିଠିରେ ଖୁନ୍ଦା ଦେଉଛି । ଯାହାକୁ ସୁଟ କରି ସାମାଜିକ ମିଡିଆରେ ଛଡା ଯାଇଛି । ଏହାକୁ ଦେଖି ଲୋକେ ନାନା ମତ ଦେଉଛନ୍ତି । ତେବେ ଏମିତି ଛାତ୍ରୀଙ୍କ ମଧ୍ୟରେ ହେଉଥିବା ମାଡଗୋଳିର କାରଣ ହେଉଛି ଗୋଷ୍ଠି ବିବାଦ । ସ୍କୁଲର ଦୁଇ ଛାତ୍ରୀଙ୍କ ଲିଡରସିପ ଭିତରେ ଶୀତଳ ଯୁଦ୍ଧ । ଯାହା ବିସ୍ଫୋରକ ରୂପ ନେଇଥିଲା ରାସ୍ତା ମଝିରେ ।

ଭିଡିଓରେ ସ୍କୁଲ ବାହାରେ ଗୋଟିଏ ଛାତ୍ରୀକୁ ଅନ୍ୟଛାତ୍ରୀମାନେ ପିଟୁଛନ୍ତି । ବିଧା, ଗୋଇଠା ନାଦି ଦେଉଛନ୍ତି । ତାର ଚୁଟି ଝିଙ୍କି ପିଟୁଛନ୍ତି ଅନ୍ୟମାନେ । ଏହି ସଂଘବଦ୍ଧ ଆକ୍ରମଣରେ ଛାତ୍ରୀ ଗୁରୁତର ହୋଇଛି । କିଛି ସମୟର ସଂଘବଦ୍ଧ ଆକ୍ରମଣ ପରେ ଯେତେବେଳେ ହାଲିଆ ହୋଇପଡିଲେ ଛାତ୍ରୀ, ଏଥିରୁ ନିବୃତ୍ତ ହେଲେ । ହେଲେ ଯୁଦ୍ଧରେ ପଡିଲାନି ବିରାମ ।ତଳେ ପଡିଥିବା ଛାତ୍ରୀ ଉଠି ପ୍ରତିପକ୍ଷ ଉପରେ ପ୍ରତି ଆକ୍ରମଣ କରିବାକୁ ପଛାଇ ନ ଥିଲା ।
ଲୋକେ ଏମିତି ଛାତ୍ରୀଙ୍କ ପାଟିତୁଣ୍ଡକୁ ଦେଖିଥିଲେ ମଧ୍ୟ କିଛି ବୁଝିପାରି ନ ଥିଲେ । କେହି ଭାବିନଥିଲେ କି, ଝିଅମାନେ ମଧ୍ୟ ମାଡପିଟରେ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏହି ଭାଇରାଲ ଭିଡିଓ ଉପରେ କୁହାଯାଉଛି, ଦାମୀ ସ୍କୁଲରେ ଏସବୁ ହୋଇଥାଏ ।

Get real time updates directly on you device, subscribe now.