(breaking) ବାତ୍ୟା ଦାନା’ର ମୁକାବିଲା ପାଇଁ କି କି ପଦକ୍ଷେପ ନେଉଛି ପ୍ରଶାସନ?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ସଜାଗ । ଘନଘନ ବୈଠକ କରି ବିଭିନ୍ନ ବିଭାଗ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରି କରାଯାଉଛି । ଆଜି ବାତ୍ୟା ସ୍ଥିତି ଓ ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ଲୋକସେବା ଭବନରେ ଏନେଇ ବୈଠକ ଅନୁଷ୍ଠିତ ହେବ ।

ଅପରାହ୍ନ ୪ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଦାନା ମୁକାବିଲା ଉପରେ କରିବେ ବୈଠକ । ଏଥିରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି ପ୍ରମୁଖ ଉପସ୍ଥିତ ରହିବେ । ଏଥିରେ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ । ବୈଠକ ଆଗରୁ ଏସଆରସି ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ବାତ୍ୟାରେ ଶୂନ୍ୟ ମୃତ୍ୟୁ ବା ଜିରୋ କାଜୁଆଲିଟି ଉପରେ ପୋକସ୍ କରାଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ତ୍ରୁଟି ଶୂନ୍ୟ ମୁକାବିଲା ଉପରେ ଗୁରୁତ୍ୱ ଦିଆ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଗରୁ ପୂର୍ବାହ୍ନରେ ମୁଖ୍ୟ ସଚିବ ମଧ୍ୟ ଏକ ବୈଠକ କରିଛନ୍ତି । ଏଥିରେ ଏସଆରସି ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଥିଲେ ।

ଏହି ବାତ୍ୟା ମୋହନ ସରକାର ଗଠନ ପରେ ପ୍ରଥମ ବଡ ବାତ୍ୟା ହେବ ବୋଲି ଆକଳନ କରାଯାଉଛି । ଏଥିସହ ଅକ୍ଟୋବର ମାସରେ ରାଜ୍ୟରେ ହୋଇଥିବା ବାତ୍ୟା ମଧ୍ୟରୁ ଅଧିକାଂଶ ବହୁ ବିତ୍ପାତ କରିଥିବା ଇତିହାସ ରହିଛି । ଏହି ସମୟରେ ମହାବାତ୍ୟା ୧୯୯୯, ହୁଡହୁଡ, ତିତଲୀ ବହୁ କ୍ଷତି କରିଛି । ତେଣୁ ବାତ୍ୟାରେ ଯେମିତି ଆଉ କୌଣସି କାଜୁଆଲିଟି ନ ଘଟିବ, ତା ଉପରେ ଫୋକସ କରୁଛି ମୋହନ ସରକାର । ସମ୍ଭାବ୍ୟ ବାତ୍ୟାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାକୁ ଆଲର୍ଟ କରିଛି ପ୍ରଶାସନ ।

ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ଜଳ ନିଷ୍କାସନ ପାଇଁ ୨୮୩ ମଟର ପମ୍ପ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପାଇଁ ୮୧ ଥଇଥାନ କେନ୍ଦର ପ୍ରସ୍ତୁତ ଅଛି । ୭୨ ସ୍କୁଲ ଓ ୯ କମ୍ୟୁନିଟି ସେଣ୍ଟରକୁ ପ୍ରସ୍ତୁତ ରଖାଯାଇଛି । ୭୨୦୦ ଲୋକଙ୍କୁ ସ୍ଥାନାନ୍ତର କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.