Orthosomnia କ’ଣ? ଯେଉଁଥିରେ ଉଡିଯାଉଛି ନିଦ, ଦିନ ସାରା ଶୋଇବାକୁ କରୁଛି ମନ

ନୂଆଦିଲ୍ଲୀ: ନୀଦ ବିଗିଡିଯିବା ଏକ ପ୍ରକାରର ରୋଗ। ଯାହାକୁ Orthosomnia କୁହାଯାଏ। ଏଥିରେ ଲୋକେ ନୀଦକୁ ନେଇ ଅତ୍ୟଧିକ ଚିନ୍ତାରେ ପଡିଯାଆନ୍ତି। ନୀଦ ପୂରା କରିବା ପାଇଁ ଏମାନେ ବ୍ୟାକୁଳ ହୋଇଯାଆନ୍ତି। Orthosomnia ଦୁଇଟି ଶବ୍ଦକୁ ନେଇ ଗଠିତ ହୋଇଛି। ଓର୍ଥୋର ଅର୍ଥ ସିଧା ଏବଂ ସୋମନିୟାର ଅର୍ଥ ନୀଦ ହୋଇଥାଏ। ଏହି ରୋଗରେ ପୀଡିତ ଥିବା ଲୋକେ ଫିଟନେଓ ଟ୍ରାକର ସାହାଯ୍ୟରେ ନିଜର ନୀଦକୁ ଘଣ୍ଟାକୁ ଘଣ୍ଟା ଟ୍ରାକ କରିଥାଆନ୍ତି। ଆସନ୍ତୁ ଜାଣିବା Orthosomnia କେତେ ବଡ଼ ସମସ୍ୟା ଏବଂ ଏଥିରେ କିପରି ରକ୍ଷା ମିଳିବ।

୨୦୨୦ରେ ଏକ ରିସର୍ଚ୍ଚରେ ଜଣାପଡିଛି ଯେ, ନୀଦର ରୋଗ ଖୁବ ଜୋରରେ ବଢିବାରେ ଲାଗିଛି।, ଲୋକେ ସ୍ମାର୍ଟଫୋନ ଏବଂ କାର୍ଯ୍ୟ ଭାର ଭଳି ଫ୍ୟାକ୍ଟର୍ସ ପାଇଁ ନୀଦ ପୂରଣ କରିପାରୁ ନାହାନ୍ତି। ସେହିପରି କିଛି ଲୋକେ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ନୀଦକୁ କଣ୍ଟ୍ରୋଲ କରି ତାକୁ ପରଫେକ୍ଟ କରିବାକୁ ଲାଗିପଡନ୍ତି।

ଲକ୍ଷଣ:
-ଶୋଇବାରେ ସମସ୍ୟା
-ଉଠିବା ପରେ ବି ନିଦ ରହିବା
-ଦିନସାରା ଶୋଇବାକୁ ଇଚ୍ଛା ହେବା
-ରାତିରେ ନିଦ ନ ଆସିବା
-ଦିନରେ ଅଧିକ ନିଦ ଲାଗିବା
-ଚିଡଚିଡା ଲାଗିବା
-ମୁଣ୍ଡ ବିନ୍ଧା- ଚିନ୍ତା

ଉପଚାର:
-ଜୀବନଶୈଳୀକୁ ସହଜ କରିବା
-ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ହିଁ ଡିନର କରିବା
-ଶୋଇବା ପୂର୍ବରୁ ନିଜର ଗୋଡକୁ ଭଲ ଭାବେ ଧୋଇବା
-ରାତିରେ ମଦ ବା କାଫିନ ଭଳି ଜିନିଷ ନିଅନ୍ତୁ ନାହିଁ।
-ଏକ୍ସରସାଇଜ କରନ୍ତୁ, ନିଜକୁ ଆକ୍ଟିବ ରଖନ୍ତୁ।

Get real time updates directly on you device, subscribe now.