fbpx

ଅଜବ ପରମ୍ପରା, ଏଠାରେ ବିଧବା ବେଶରେ ରହିଥାନ୍ତି ସଧବା

ସମାଜରେ ରହିବାକୁ ହେଲେ ରହିଥିବା ସମାଜର ନୀତି ନିୟମ ମାନିବାକୁ ପଡ଼ିଥାଏ । ଆମ ବିଭିନ୍ନ ସମାଜରେ ଭିନ୍ନ ଭିନ୍ନ ପ୍ରଥା ଥାଏ । ସମସ୍ତେ ନିଜ ବଂଶ ବଢ଼ାଇବାକୁ ବିବାହ କରିଥାନ୍ତି । ତାପରେ ଭିନ୍ନ ଭିନ୍ନ ସମାଜରେ ଭିନ୍ନ ଭିନ୍ନ ବିବାହ ପ୍ରଥା ରହିଥାଏ । ସେତିକି ନୁହେଁ ବିବାହ ପରେ ମଧ୍ୟ କେତେଗୁଡ଼ିଏ ରୀତି ରିବାଜ ଥାଏ । ସେମିତିରେ ବିବାହ ପରେ ଗୋଟେ ଝିଅକୁ ଚୁଡ଼ି, ସିନ୍ଦୁର ପିନ୍ଧିବାକୁ ପଡ଼ିଥାଏ । କିନ୍ତୁ ସ୍ୱାମୀ ମରିଗଲା ପରେ ଏହା ପିନ୍ଧିବାର କିଛି ମାନେ ନଥାଏ । ସମାଜର ରୀତି ଅନୁସାରେ ସେ ସବୁକୁ କାଢ଼ି ବିଧବା ହେବାକୁ ପଡ଼ିଥାଏ । କିନ୍ତୁ ସ୍ୱାମୀ ବଞ୍ଚୀ ଥିବା ଅବସ୍ଥାରେ ବିଧବା ହବା ପାଇଁ ସମାଜ ସ୍ୱୀକୃତି ଦେଇନଥାଏ । ଆସନ୍ତୁ ଜାଣିବା ଏପରି ଏକ ଜାଗା ବିଷୟରେ ଯେଉଁଠି ରହିଛି ଅଜବ ପରମ୍ପରା ସେଠାରେ ସ୍ୱାମୀ ବଞ୍ଚୀ ଥାଉ ଥାଉ ସ୍ତ୍ରୀକୁ ବିଧବା ହେବାକୁ ପଡ଼ିଥାଏ ।
ବିବାହ ପରେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି । ସ୍ୱାମୀର ମୃତ୍ୟୁ ପରେ ହିଁ ସ୍ତ୍ରୀ ସିନ୍ଦୂର ପିନ୍ଧିବା ବନ୍ଦ ହୋଇଥାଏ । କିନ୍ତୁ ଉତ୍ତରପ୍ରଦେଶର ଭେଲୱାଡ଼ା ଜିଲ୍ଲାରେ ଥିବା ଏକ ଗ୍ରାମରେ ଏଭଳି ପରମ୍ପରାର ବିପରୀତ ଦୃଶ୍ୟ ଦେଖିବାକୁ ମିଳେ । ଏଠାରେ ପ୍ରତିବର୍ଷ ମହିଳାମାନେ ୩ମାସ ପାଇଁ ବିଧବାର ଜୀବନ ବିତାନ୍ତି । ସାଧା ପୋଷାକ ପରିଧାନ କରିବା ସହ ସିନ୍ଦୂର ଓ ଚୁଡ଼ି ପିନ୍ଧନ୍ତି ନାହିଁ। ଗାଁରେ ଥିବା ଏକ ପୁରୁଣା ପରମ୍ପରା ପାଇଁ ମହିଳାମାନଙ୍କୁ ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଥାଏ । ଏହାର କାରଣ ହେଉଛି, ଏହି ଗ୍ରାମରେ ଥିବା ପୁରୁଷ ୩ମାସ ପାଇଁ ତାଡ଼ି ବାହାର କରିବାକୁ ଯାଇଥାନ୍ତି । ଏହି ସମୟରେ ସେମାନେ ଘର ବାହାରକୁ ଯାଇ ତାଳ ଗଛରୁ ତାଳ ବାହାର କରିବା କାମ କରିଥାନ୍ତି । ଗଛର ଉପର ଭାଗ ଖସଡ଼ା ଏବଂ ଉଚ୍ଚା ହୋଇଥିବାରୁ କିଛି ଲୋକ ଗଛରୁ ଖସି ମୃତ୍ୟୁବରଣ କରୁଥିବାରୁ ମହିଳାମାନେ ଏପରି କରୁଥିବା ଜଣାପଡ଼ିଛି । ୩ମାସ ପର୍ଯ୍ୟନ୍ତ କିଛି ଘଟିବା ଡରରେ ସେମାନେ ଏଭଳି ସିଧାସାଧା ଜୀବନ ବିତାଇବା ଆରମ୍ଭ କରିଥାନ୍ତି । ପରେ ସ୍ୱାମୀ ଠିକ ଭାବରେ ଘରକୁ ଫେରିବା ପରେ ସେମାନେ ରଙ୍ଗବେରଙ୍ଗର ପୋଷାକକୁ ପିନ୍ଧି ସିନ୍ଦୂର ଲଗାଇବା ଆରମ୍ଭ କରିଥାନ୍ତି ।

Get real time updates directly on you device, subscribe now.