ଭଗବାନଙ୍କ ଉପରେ ବିଶ୍ୱାସ ଥିଲେ, ସେ ବାଟ ଦେଖାନ୍ତି: ନିଜ ଅଙ୍ଗେନିଭା କଥା କହିଲେ ସିଜେଆଇ

ନୂଆଦିଲ୍ଲୀ: ମୁଁ ପ୍ରତିଦିନ ଭଗବାନଙ୍କ ପୂଜା କରିଥାଏ । ଅଯୋଧ୍ୟାବିବାଦକୁ ନେଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲି । ଏମିତି କହିଛନ୍ତି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସିଜେଆଇ ନିଜ ପୈତୃକ ଗାଁ, ପୁଣେର ଖେଡ ଅଞ୍ଚଳରେ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କି, ଅନେକ ଥର ବହୁ କେଶରେ ସମାଧାନ ବାହାରି ପରେନାହିଁ । ଅଯୋଧ୍ୟା ବିବାଦରେ ମଧ୍ୟ ସେମିତି ସ୍ଥିତି ହୋଇଥିଲା । ତିନି ମାସ ପାଇଁ ମାମଲା ମୋ ଅଧୀନରେ ଥିଲା । ସେତେବେଳେ ଭଗବାନଙ୍କ ପାଖରେ ବସି ରାସ୍ତା ଦେଖାଇବାକୁ ପ୍ରାର୍ଥନା କରିଥିଲି ଓ ମୋତେ ରାସ୍ତା ମିଳିଯାଇଥିଲା ।

ପରମାତ୍ମାଙ୍କ ଉପରେ ବିଶ୍ୱାସ ଅଛି ତ ସେ ଆପଣଙ୍କ ପାଇଁ ରାସ୍ତା ବାହାର କରିଦେବେ । ସେ ମୋ ପାଇଁ ମଧ୍ୟ ଏକ ରାସ୍ତା ବାହାର କରିଛନ୍ତି । ମୁଁ ସବୁ ଜାଗା ବୁଲିସାରିଛି । ଅନେକ ସ୍ଥାନର ମନ୍ଦିର ଦେଖିଛି । ମୋତେ କହ୍ନେରସରର ଶ୍ରୀ ୟାମୀ ଦେବି ମନ୍ଦିର ବହୁତ ପସନ୍ଦ । ଶ୍ରୀ ୟାମୀ ଦେବୀଙ୍କ କୃପାରୁ ମୁଁ ଭାରତର ମୁଖ୍ୟା ବିଚାରପତି ପଦରେ ବସିଛି । ମୋତେ ସମ୍ମାନ ଦେବା ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ଏଠାରେ ଉଲ୍ଲେଖ ଯୋଗ୍ୟ କି, ୨୦୧୯ ନଭେମ୍ବର ୯ ତାରିଖରେ ତକ୍ରାଳୀନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠରେ ବର୍ତ୍ତମାନର ସିଜେଆଇ ମଧ୍ୟ ସାମିଲ ଥିଲେ । ଏହି ଖଣ୍ଡପୀଠ ବିବାଦୀୟ ସ୍ଥଳି ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ଐତିହାସିକ ରାୟ ଶୁଣାଇଥିଲେ । ପରେ ଜଷ୍ଟିସ ଚନ୍ଦ୍ରଚୂଡ ରାମଲଲାଙ୍କ ମନ୍ଦିର ବୁଲିବା ସହ ତାଙ୍କର ସେଠାରେ ଦର୍ଶନ କରିଥିଲେ ।

Get real time updates directly on you device, subscribe now.