ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୁଣି ନିଯୁକ୍ତି: ଜୁନିୟର ଅଫିସର ଓ ଟ୍ରେନିଂ ଆସୋସିଏଟ ପଦ ପୂରଣ ହେବ

ନୂଆଦିଲ୍ଲୀ: ନିକଟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି), ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ଏକାଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଟ୍ରେନି ଜୁନିୟର ଅଫିସର ଓ ଟ୍ରେନି ଆସୋସିଏଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୭୫ଟି ପଦ ପୂରଣ ହେବ । ଟ୍ରେନିଂ ଜୁନିୟର ଅଫିସର ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୩ରୁ ୩୨ ବର୍ଷ ମଧ୍ୟରେ ରହିଛି । ସେହିପରି ଟ୍ରେନି ଆସୋସିଏଟ ପଦ ପାଇଁ ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଛି ।

ଟ୍ରେନି ଜୁନିୟର ଅଫିସର ପାଇଁ ୨୫ଟି ପଦ ଖାଲି ରହିଥିବା ବେଳେ ଟ୍ରେନି ଆସୋସିଏଟ ପାଇଁ ୫୦ଟି ପଦ ଖାଲି ରହିଛି । ଟ୍ରେନି ଜୁନିୟର ଅଫିସର ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ କରିବା ସହ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ମାଟ୍ରିକ ପରୀକ୍ଷାରେ ମରାଠୀ ବିଷୟ ରଖିଥିବେ । ଟ୍ରେଜେରୀ / ଇଣ୍ଟରନ୍ୟାସନାଲ ବ୍ୟାଙ୍କିଂ ଡିଭିଜନ ବିଭାଗରେ କାର୍ଯ୍ୟ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । ସେହିପରି ଟ୍ରେନି ଆସୋସିଏଟ ପଦ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରହିଛି ଓ ପ୍ରାର୍ଥୀ ଇଂରାଜୀ ଓ ମରାଠୀରେ ଟାଇପିଂ ଜାଣିଥିବା ଆବଶ୍ୟକ । ଅକ୍ଟୋବର ୧୯ରୁ ନଭେମ୍ବର ୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ ।

ଆବେଦନ ଲିଙ୍କ: https://ibpsonline.ibps.in/mscblsep24/

ନୋଟିଫିକେସନ ଲିଙ୍କ: https://mscbank.com/Documents/Careers/RECRUITMENT%20ADV%20-%2019.10.2024.pdf

Get real time updates directly on you device, subscribe now.