ମୋଦିଙ୍କ ଡିଗ୍ରୀ: ମାନହାନୀ ମକଦ୍ଦମାରେ ଛନ୍ଦିହେବେ ଆପର ଦୁଇ ନେତା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଛି ସୁପ୍ରିମ ଝଟକା । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କରିଥିବା ଟିପ୍ପଣୀରେ କେଜରିିୱାଲଙ୍କୁ ହୋଇଥିଲା ସମନ । ଏହା ଉପରେ ରୋକ ପାଇଁ ଅରବିନ୍ଦ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ ଅଗ୍ରାହ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ ହୋଇଥିବା ଟିପ୍ପଣୀରେ ଗୁଜରାଟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ମାନହାନୀ ମକଦ୍ଦମା କରାଯାଇଥିଲା । ଏହାକୁ ନେଇ କୋର୍ଟ କେଜରିିୱାଲଙ୍କୁ ସମନ ଜାରି କରିଥିଲେ । ଯାହାକୁ ନିରସ୍ତ୍ର କରିବାକୁ ସେ ପ୍ରଥମେ ହାଇକୋର୍ଟରେ ଆବେଦନ କରିଥିଲେ । ପରେ ପୁଣି ସୁପ୍ରିମ କୋର୍ଟ ଯାଇଥିଲେ । କିନ୍ତୁ ସୁପ୍ରିମ କୋର୍ଟ ତାଙ୍କୁ ଏଥିରେ କୌଣସି ରିହାତି ଦେଇ ନାହାନ୍ତି । ଜଷ୍ଟିସ ଋଷିକେଶ ରୟ ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଫଳରେ ଏବେ କେଜରିିୱାଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଜାରି ରହିବ ।

ଏଠାରୁ ଉଲ୍ଲେଖ ଯୋଗ୍ୟ କି, ୨୦୨୪ ଏପ୍ରିଲରେ ଆପ ନେତା ସଞ୍ଜୟ ସିଂହଙ୍କ ଆବଦେନକୁ ଖାରଜ କରି ଦେଇଥିଲେ । ତାଙ୍କୁ ମଧ୍ୟ ସମନ ଜାରି ହୋଇଥିଲା । ମାମଲାରେ ବରିଷ୍ଠ ଓକିଲ ଅଭିସେଖ ମନୁସିଂଘବି କେଜରିିୱାଲଙ୍କ ପକ୍ଷରୁ ମାମଲା ଲଢୁଥିଲେ । ସିଂଘବି କୋର୍ଟଙ୍କୁ ଜଣାଇବାକୁ ଚାହିଁଥିଲେ କହିବାକୁ କି, ସିଂହ କହିଥିବା କଥା ଭିନ୍ନ ଥିଲା, କିନ୍ତୁ ଖଣ୍ଡପୀଠ ମାମଲାରେ କୌଣସି ପ୍ରକାର ହସ୍ତକ୍ଷେପକୁ ମନା କରିଦେଇଥିଲେ ।
ତେବେ ପୂରା ଘଟଣାଟି ଏମିତି ଥିଲା, ଗତ ବର୍ଷ ଏପ୍ରିଲରେ ସଞ୍ଜୟ ସିଂହ ଓ କେଜରିିୱାଲ ମୋଦିଙ୍କ ଡିଗ୍ରୀକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହା ପରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଦୁଇ ନେତାଙ୍କ ନାଁରେ ଡିଫାମେସନ କେଶ କରିଥିଲେ ।

Get real time updates directly on you device, subscribe now.