‘ଏଇଟା OYO ନୁହେଁ, ରୋମାନ୍ସ କରିବା ମନା’, ପ୍ରେମୀଯୁଗଳଙ୍କୁ ଚେତାବନୀ ଦେଲେ କ୍ୟାବ୍ ଡ୍ରାଇଭର, ଭାଇରାଲ ହେଉଛି ଫଟୋ

ଓଡ଼ିଶା ଭାସ୍କର: ଆଜିକାଲି ପିଲାଙ୍କ ଠାରୁ ବୟସ୍କ ପ୍ରାୟ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ ସେମାନେ ନିଜ ସାଙ୍ଗସାଥି ଓ ଦୂରରେ ଥିବା ସମ୍ପର୍କୀୟଙ୍କ ସହ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇ ରହିପାରୁଛନ୍ତି । ପ୍ରତି ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ । ଏଥିମଧ୍ୟରୁ କିଛି ଅଶ୍ଳୀଳ ଥିବା ବେଳେ ଆଉ କିଛି ଜ୍ଞାନ ବର୍ଦ୍ଧକ ଓ ପ୍ରୋରଣାଦାୟୀ ଥାଏ । ପ୍ରେମୀଯୁଗଳଙ୍କ ପାଇଁ ଜଣେ କ୍ୟାବ୍ ଡ୍ରାଇଭର ତାଙ୍କ ଗାଡ଼ିରେ ଏକ ମେସେଜ୍ ଲେଖିଛନ୍ତି ଯାହା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜିକାଲି ଅଧିକାଂଶ ବ୍ୟକ୍ତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁବିଧା ଓ ଆରାମରେ ଯିବା ଆସିବା ପାଇଁ କ୍ୟାବ୍ ବ୍ୟବହାର କରିଥାନ୍ତି । କିନ୍ତୁ ବେଳେ ବେଳେ କିଛି ପ୍ରେମୀଯୁଗଳ କ୍ୟାବରେ ମଧ୍ୟ ରୋମାନ୍ସ କରିବାକୁ ପଛାଇନଥାନ୍ତି । ଏଭଳି ଯାତ୍ରୀଙ୍କ ପାଇଁ ଜଣେ କ୍ୟାବ୍ ଡ୍ରାଇଭର ନିଜ ସିଟ୍ ପଛପଟେ ଏକ ବୋର୍ଡ଼ରେ ସେମାନଙ୍କ ପାଇଁ ଚେତାବନୀ ଦେଇଛନ୍ତି । ଏଥିରେ ଲେଖା ଅଛି, ‘ଏହା ହେଉଛି ଏକ କ୍ୟାବ୍ । ଆପଣଙ୍କ ବ୍ୟକ୍ତିଗତ ସ୍ଥାନ କିମ୍ବା OYO ନୁହେଁ । ତେଣୁ ଦୂରତା ବଜାୟ ରଖନ୍ତୁ ଏବଂ ଶାନ୍ତ ରୁହନ୍ତୁ ।’ ସତରେ କ୍ୟାବ୍ ଡ୍ରାଇଭରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । କେତେ ନିଆରା ତାଙ୍କ ଚିନ୍ତାଧାରା । @HiHyderabad ନାମକ ଜଣେ ୟୁଜର ଏହି ସୂଚନାର ଏକ ଫଟୋ ‘ଏକ୍ସ’ରେ ଶେୟାର କରିଛନ୍ତି । ଏହି ପୋଷ୍ଟକୁ ପ୍ରାୟ ୮୪ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦେଇଥିବା ବେଳେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି- ଏତେ ସବୁ ଦେଖିବା ପରେ ଆଉ ବରଦାସ୍ତ କରିପାରିଲେନି ସେଥିପାଇଁ ଏପରି ଚେତାବନୀ ଦେଇଛନ୍ତି । ଅନ୍ୟ ୟୁଜର ଲେଖିଛନ୍ତି କ୍ୟାବ୍ ଯାତ୍ରୀଙ୍କ ପାଇଁ ଏହା ଏକ ଏଥିକାଲ ଏବଂ ଜରୁରୀ ମେସେଜ୍ ।

Get real time updates directly on you device, subscribe now.