(Video) ଗହଳି ରାସ୍ତା ଉପରକୁ ହଠାତ୍ ଆସିଗଲା ଅଜଗର, ଲୋକ ଛାନିଆ! ତାପରେ…

ନୂଆଦିଲ୍ଲୀ: ରାସ୍ତା ଉପରେ ସାରକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଅଜଗର, ନାଗ ଭଳି ଅନେକ ସାପ ରାସ୍ତା ଉପରକୁ ଆସିଯାଇଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓଟି ଡେକାଡୁନର ବୋଲି ଜଣାପଡିଛି । ରାତିରେ ଲୋକେ ଯାତାୟତ ହେଉଥିବା ବେଳେ ହାଠାତ୍ ରାସ୍ତା ଉପରକୁ ଆସିଯାଇଥିଲା ଅଜଗର । ଫଳରେ ବ୍ରିଜ ଉପରେ କିଛି ସନୟ ପାଇଁ ସବୁକିଛି ବନ୍ଦ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ଅପେକ୍ଷା କରି ରହିଥିବା ବେଳେ ଶହଶହ ଗାଡି ମଧ୍ୟ ଅଟକି ରହିଥିବା ଦେଖାଯାଇଥିଲା ।

ଲୋକେ ଯାତାୟତ କରୁଥିବା ବେଳେ ହଠାତ୍ ରାସ୍ତା ଉପରକୁ ଆସିଯାଇଥିଲା ଅଜଗର । ଏହାପରେ ଲୋକେ ହଠାତ୍ ଅଟକି ଯାଇଥିଲେ । ଅଜଗରଟି ଧିରେ ଧିରେ ରାସ୍ତା ପାର୍ ହେଉଥିବା ଦେଖାଯାଇଥିବା ବେଳେ ଏତେ ବଡ ସାପକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ବ୍ୟତୀତ ସମସ୍ତେ ନିଜ ମୋବାଇଲ୍ ଫୋନ୍ ସହିତ ଭିଡିଓ କରୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରାଖଣ୍ଡ ନାମକ ଆକାଉଣ୍ଟ ଏହି ଭିଡିଓକୁ ଏକ୍ସରେ ସେୟାର କରିଛି । ଡେରାଡୁନର ଏହି ଭିଡିଓ ବୋଲି କୁହାଯାଇଛି ।

ୟୁଜର୍ସ ଭିଡିଓରେ ବହୁତ କମେଣ୍ଟ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି-ଏହି ଭିଡିଓ ଦେଖି ଲୋମ ଟାଙ୍କୁରି ଉଠୁଛି । ବିବ୍ରତ ହୁଅନ୍ତୁ ନାହିଁ, ସାପ ରାତିରେ ବିଚରଣ କରିତାଏ ।

Get real time updates directly on you device, subscribe now.