ନିତି ଦିନିଆ କଥା ହୋଇଛି ରେଳ ଦୁର୍ଘଟଣା, କାରଣ ଖୋଜୁଛି ସଂସଦୀୟ ସମିତି

ନୂଆଦିଲ୍ଲୀ: କିଛି ମାସ ହେବ ଦେଶରେ ରେଳଦୁର୍ଘଟଣା ଯେମିତି ଏକ ନିୟମିତ ବ୍ୟବସ୍ଥା ହୋଇଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ରେଳ ଯାତ୍ରା ପ୍ରତି ଭୟ ଦେଖାଦେଲାଣି । ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ସଂସଦୀୟ ସମିତି ରେଳ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଦୁର୍ଘଟଣା ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଜବାବ ତଲବ କରିଛି । ସମିତି ରେଳ ବୋର୍ଡର ପ୍ରତିନିଧିଙ୍କୁ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ବୈଠକ ଲଗାତର କିଛି ଦିନ ମଧ୍ୟରେ ହେଉଥିବା ଘନ ଘନ ରେଳ ଦୁର୍ଘଟଣାକୁ ନେଇ ହେଉଛି ।

ଏହି ସମିତିରେ ଲୋକସଭା ଓ ରାଜ୍ୟସଭାରୁ ପ୍ରାୟ ୩୦ ସଦସ୍ୟ ରହିଛନ୍ତି । ବୈଠକରେ ଅନେକ ମହତ୍ୱପୂର୍ଣ୍ଣ ବିଷୟ ଉଠାଯିବା ସମ୍ଭାବାନା ରହିଛି . ବିଶେଷ ଭାବେ ନିକଟରେ ହେଉଥିବା ଦୁର୍ଘଟଣାକୁ ଦେଖି ଯାତ୍ରୀଙ୍କ ସୁରକ୍ଷା ଏବେ ପ୍ରାଥମିକତା ହୋଇଛି ସମିତି ଅଧ୍ୟକ୍ଷ ରେଳବାଇ ବୋର୍ଡକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି, ଯେଉଁଥିରେ ଭବିଷ୍ୟତରେ ହେବାକୁ ଥିବା ରେଳ ଦୁର୍ଘଟଣାକୁ ରୋକିବା ଓ ସାରା ଦେଶରେ ରେଳ ପରିଚାଳନାର ସାମଗ୍ରିକ ସୁରକ୍ଷାରେ ସୁଧାର ପାଇଁ ଉଠା ଯାଉଛି ।

ଦୁଇ ବର୍ଷରେ ବହୁ ରେଳ ଦୁର୍ଘଟଣା ହୋଇଥିବା ବେଳେ ଗତ ବର୍ଷ ଜୁନ ୨ରେ ବାଲେଶ୍ୱରର ବାହାନଗାରେ ହୋଇଥିଲା ବଡ ଦୁର୍ଘଟଣା । ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୧୨୦୦ରୁ ଅଧିକ ଆହତ ହୋଇଥିଲେ । ଏହା ବ୍ୟତୀତ ଜୁନ ୧୭ରେ ପଶ୍ଚିମ ବଙ୍ଗର ନ୍ୟୁ ଜଲପାଇଗୁଡି ଷ୍ଟେସନରୁ ୧୦ କିଲୋ ଦୂର ସିୟାଲଦହ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ ଲାଇନଚୁତ ହୋଇଥିଲା । ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ ଜଣ ଆହତ ହୋଇଥିଲେ । ୩୦ ଜୁନରେ ଝାରଖଣ୍ଡର ଚକ୍ରଧରପୁର ନିକଟ ବଡାବାମ୍ବୁରେ ହାବଡା- ମୁମ୍ବାଇ ମେଲର ୨୦ ଡବା ମାଲବାହୀ ଟ୍ରେନ ଧକ୍କାରେ ଲାଇନ ଚ୍ୟୁତ ହୋଇଥିଲା । ଏହା ବ୍ୟତୀତ ବହୁ ଛୋଟବଡ ଦୁର୍ଘଟଣା ଘଟୁଛି ।

Get real time updates directly on you device, subscribe now.