VIP ରେଳ ଲାଉଞ୍ଜରେ ଅସନ୍ତୋଷ, ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ବିଛା, IRCTC କହିଲା…

ନୂଆଦିଲ୍ଲୀ: ଭିଆଇପି ରେଳ ଲାଉଞ୍ଜରେ ଚାଞ୍ଚଲ୍ୟ । ଖାଦ୍ୟରୁ ବାହାରିଲା ବିଛା । ଇଣ୍ଡିଆନ ରେଲଓ୍ବେ କେଟେରିଙ୍ଗ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ(IRCTC)ରେ ଖାଉଥିବା ବେଳେ ବିଛା ବାହାରିଥିବା ନେଇ ଜଣେ ଦିଲ୍ଲୀର ଯୁବକ ଅଭିଯୋଗ କରିଛନ୍ତି । ଯୁବକଙ୍କର ନାମ ଆରୟନ୍ସ ସିଂ ବୋଲି ଜଣାପଡିଛି ।

ଆରୟନ୍ସ ଖାଉଥିବା ବେଳେ ତାଙ୍କ ରାଇତାରେ କିଛି ଗୋଟେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା । ଉଭୟଙ୍କର ମଧ୍ୟରେ ବଚସା ଦେଖାଯାଇଥିଲା । ଏହାପରେ ସେ ଏହାର ଫଟୋ ଉଠାଇ ଏକ୍ସରେ ପୋଷ୍ଟ କରିଥିଲେ । ଭାରତୀୟ ରେଳବାଇର ଖାଦ୍ୟ ଗୁଣାବତ୍ତାକୁ ନେଇ ସେ ଟ୍ବିଟ କରି କହିଛନ୍ତି, ଭାରତୀୟ ରେଳବାଇର ଖାଦ୍ୟର ମାନ ବଢିଛି । ବର୍ତ୍ତମାନ ସେମାନେ ରାଇତା ସହିତ ପ୍ରୋଟିନ ମଧ୍ୟ ଦେଉଛନ୍ତି । ଆଇଆରସିଟିସି ଭିଆଇପି ଏକଜିକ୍ୟୁଟିଭ ଲାଉଞ୍ଜର ଖାଇବାରୁ ଏହା ମିଳିଛି । ତେବେ ଏଠି ଅନୁମାନ କରିହେଉଛି ଯେ, ରେଗୁଲାର ଟ୍ରେନର ପେଣ୍ଟ୍ରି କାରରେ କେତେ ଉନ୍ନତମାନର ଖାଦ୍ୟ ଦିଆଯାଉଥିବ । ତେବେ ଆୟନ୍ସଙ୍କର ଟ୍ବିଟର ପୋଷ୍ଟକୁ ନେଇ IRCTC ପକ୍ଷରୁ ମଧ୍ୟ ରିପ୍ଲାଇ ଦିଆଯାଇଛି । ଟ୍ବିଟକରି ରିପ୍ଲାଇ ଦିଆଯାଇଛି ଯେ,  “ସାର୍ ଆପଣଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ । ବୁକିଂ ଡିଟେଲ୍ସ, ଷ୍ଟେସନ ନେମ୍ ଏବଂ ମୋବାଇଲ ନମ୍ବର ସେଣ୍ଡ କରନ୍ତୁ । ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ ।” ଏହି ଘଟଣାକୁ ନେଇ ୟୁଜର୍ସମାନେ ମଧ୍ୟ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.