ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ନିଯୁକ୍ତି: ମାସିକ ବେତନ ୭୦ ହଜାର, ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି) ପକ୍ଷରୁ ଅନେକ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅକ୍ଟୋବର ୧୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ନଭେମ୍ବର ୧ ଆବେଦନର ଅନ୍ତିମ ତାରିଖ ରହିଛି । ଏହି ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ହାଇ ପାକେଜର ବେତନ ମିଳିବ । ପ୍ରାର୍ଥୀଙ୍କୁ ମ୍ୟାନେଜର (ସ୍କେଲ-୧), ଡେପୁଟୀ ମ୍ୟାନେଜର (ସ୍କେଲ-୩) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ କରିପାରିବେ ।

ଅଣସଂରକ୍ଷିତ, ଅନ୍ୟ ପଛୁଆ ବର୍ଗ- ନନ କ୍ରିମି ଲେୟର (ଓବିସି-ଏନସିଏଲ), ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ମ୍ୟାନେଜର ପଦ ପାଇଁ ସର୍ବନିମ୍ନ ବୟସସୀମା ୨୩ ବର୍ଷ ଓ ସର୍ବାଧିକ ବୟସସୀମା ୩୫ ବର୍ଷ ରହିଛି । ସେହିପରି ଡେପୁଟୀ ମ୍ୟାନେଜର ପଦ ପାଇଁ ସର୍ବନିମ୍ନ ବୟସସୀମା ୨୩ ବର୍ଷ ଓ ସର୍ବାଧିକ ବୟସସୀମା ୩୨ ବର୍ଷ ରହିଛି । ଚଳିତ ବର୍ଷ ଅକ୍ଟୋବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଏସସି ଓ ଏସଟି ବର୍ଗ ପାଇଁ ୫ ବର୍ଷ ଓ ଓବିସି-ଏନସିଏଲ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା, ବେତନ ହାର ଓ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି ।

ଆବେଦନ ଲିଙ୍କ: https://ibpsonline.ibps.in/nhboct24/

ନୋଟିଫିକେସନ ଲିଙ୍କ: https://www.nhb.org.in/wp-content/uploads/2024/10/Advertisement-Manager-and-DM-0021012.pdf