ଆପଣାନ୍ତୁ ଏହି ଘରୋଇ ଉପାୟ, ଦୂର ହେବ ହଳଦିଆ ଦାନ୍ତ ସମସ୍ୟା

ନୂଆଦିଲ୍ଲୀ: ହସିଲେ ସୁସ୍ଥ ରୁହେ ଶରୀର । କିନ୍ତୁ ଅନେକ ସମୟରେ ଇଚ୍ଛା ଥିଲେ ମଧ୍ୟ ଲୋକେ ହସନ୍ତି ନାହିଁ । ହଳଦିଆ ଦାନ୍ତ ଯୋଗୁଁ ଲୋକଙ୍କୁ ସମସ୍ତଙ୍କ ଆଗରେ ଅପମାନିତ ହେବାକୁ ପଡେ । ଏହି ସମସ୍ୟା କାରଣରୁ ଖୋଲାଖୋଲି ହସିବାରୁ ବଞ୍ଚିତ ରହିଥାନ୍ତି । ତେବେ ଏହି ହଳଦିଆ ଦାନ୍ତ କେବଳ ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ ବରଂ ଦାନ୍ତକୁ ମଧ୍ୟ ଦୁର୍ବଳ କରିଥାଏ । କଫି, ଚା ଏବଂ ତମାଖୁରେ ଥିବା ଟ୍ୟାନିନ ଯୋଗୁଁ ଦାନ୍ତର ଇନେମେଲ ଉପରେ ଦାଗ ଜମା ହୋଇ ଦାନ୍ତ ହଳଦିଆ ହୋଇଥାଏ । ସେହପରି ଭଲ ଭାବେ ଦାନ୍ତ ନଘଷିବା ଏବଂ ସଠିକ୍ ସ୍ବଚ୍ଛତା ବଜାୟୀ ନରଖିବା କାରଣରୁ ମଧ୍ୟ ଏହା ହୋଇପାରେ । ତେଣୁ ଦିନକୁ 2 ଥର ବ୍ରସ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତାହେଲେ ଆପଣାନ୍ତୁ ଏହି ଉପାୟ

  • ବେକିଂ ସୋଡା- ଏହାକୁ ଲଗାଇ ଘଷିବା ଦ୍ବାରା ଦାନ୍ତ ଧଳା ହୋଇଥାଏ । ଗୋଟିଏ ଚାମଚ ବେକିଂ ସୋଡା ସହିତ ହାଇଡ୍ରୋଡେନ ପେରେକ୍ସସାଇଡ୍ ମିଶାଇ ଘଷିବା ଦ୍ବାରା ଦାନ୍ତର ରଙ୍ଗରେ ପରିବର୍ତ୍ତନ ହୋଇପାରିବ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପେଷ୍ଚ ସହିତ ମଧ୍ୟ ବେକିଂ ସୋଡା ବ୍ୟବହାର କରିପାରିବେ ।
  • ନଡିଆ ତେଲ- ପେଷ୍ଟ ଲଗାଇ ବ୍ରସ କରିବା ପରେ ସେଥିରେ ଅଳ୍ପ ନଡିଆ ତେଲର ବ୍ୟବହାର କରିପାରିବେ । ଦାନ୍ତରେ ଲଗାଇ କିଛି ସମୟ ରଖିବା ପରେ ଉଷୁମ ପାଣିରେ ପାଟି ଧୋଇଦିଅନ୍ତୁ । ଏହା ଦ୍ବାରା ମଧ୍ୟ ଦାନ୍ତ ଧଳା ହୋଇପାରିବ ।
  • କମଳା ଚୋପା- ଏହା ମଧ୍ୟ ହଳଦିଆ ଦାନ୍ତରୁ ମୁକ୍ତି ଦେଇପାରେ । କମାଳ ଚୋପାକୁ ଶୁଖାଇ ତାହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ । ସେହି ପାଉଡରକୁ ଦାନ୍ତରେ ଲଗାଇ ଘଷନ୍ତୁ । ଏହା ଦ୍ବାରା ଦାନ୍ତ ଧଳା ହେବା ସହିତ ଦୁର୍ଗନ୍ଧ ମଧ୍ୟ ହେବ ନାହିଁ ।
  • ପିଜୁଳି, ନିମପତ୍ର- ସତେଜ ପିଜୁଳି ପତ୍ରକୁ ଚୋବାଇବା କିମ୍ବା ଏହାକୁ ପାଣିରେ ଫୁଟାଇ କୁଳି କରିବା ଦ୍ବାରା ଦାନ୍ତ ଧଳା ହୋଇପାରିବ ।