Vastu Tips; କବାଟରେ ପୋଷାକ ଟାଙ୍ଗିବା ଉଚିତ କି? ବାସ୍ତୁ ଅନୁସାରେ ଜାଣନ୍ତୁ ନିୟମ, ଅସନ୍ତୁଷ୍ଟ ପ୍ରକାଶ କରିବେ ମା’ ଲକ୍ଷ୍ମୀ!

ନୂଆଦିଲ୍ଲୀ:  ସନାତନ ଧର୍ମରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଛି । ଅନେକ ଲୋକେ ଏହାକୁ ମାନୁଥିବା ବେଳେ ଏନକ ଅଣଦେଖା ମଧ୍ୟ କରିଥାନ୍ତି । ତେବେ ସବୁ ସମସ୍ୟାର ସମାଧାନ ସହିତ ସୁଖମୟ ଜୀବନ ପାଇଁ ଅନେକ ସରଳ ଉପାୟ ବର୍ଣ୍ଣନା କରାଯାଇଛି । ତେବେ ଅଧିକାଂଶ ଲୋକ ସେମାନଙ୍କ କବାଟ ପଛପଟେ ପୋଷାକ ଟାଙ୍ଗି ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ, ଏହା ଅଶୁଭ ବୋଲି ବିବେଚନା କରାଯାଇଥାଏ ।

ବାସ୍ତୁ ଅନୁସାରେ କବାଟ ଉପରେ ପୋଷାକ ଟାଙ୍ଗିବା ଦ୍ବାରା ଅଶୁଭ କୁହାଯାଏ । ଏହା ପ୍ରଭାବ ଘର ପରିବାର ଉପରେ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ରହିଛି । କାରଣ ଘରରେ କବାଟରେ ମା ଲକ୍ଷ୍ନୀ ରହିଥାନ୍ତି । ଯେତେବେଳେ ଏଥିରେ ପୋଷାକ ରଖାଯାଏ ଏହା ଦେବୀ ମାଙ୍କୁ ଅସମ୍ମାନ ବୋଲି କୁହାଯାଇଥାଏ । ମା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ପ୍ରକାଶ କରିଥାନ୍ତି । ପରିବାରରେ ସମସ୍ୟା ଯେପରିକି ଧନହାନୀ, ପାରିବାରିକ କଳହ, ଚାକିରି-ବ୍ୟବସାୟରେ ସମସ୍ୟା, ଘରେ ନକରାତ୍ନକ ଶକ୍ତିର ପ୍ରଭାବ ଭଳି ଅନେକ ସମସ୍ୟା ଦେଖାଯାଇଥାଏ ।

ଅନେକ ଲୋକ ନିଜ ପସନ୍ଦ ମୁତାବକ କବାଟର ରଙ୍ଗ କରିଥାନ୍ତି । ଯଦି ବାସ୍ତୁକୁ ଦେଖିବା ତାହେଲେ ଘରର ମହତ୍ତ୍ବପୂର୍ଣ୍ଣ ଅଂଶ ହେଉଛି କବାଟ । ତେଣୁ କବାଟର ରଙ୍ଗ ଏବଂ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଘରର କବାଟ ପଛରେ ପୁରୁଣା ପୋଷାକ ଟାଙ୍ଗିବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପଟେ ଘରେ ଛିଣ୍ଡା ପୋଷାକ ରଖିଲେ ମଧ୍ୟ ନକରାତ୍ମକ ଶକ୍ତିର ପ୍ରଭାବ ପଡିପାରେ ବୋଲି କୁହାଯାଇଛି ।