ବିବାହର କେତେ ବର୍ଷ ପର୍ଯ୍ୟନ୍ତ ବାପାଙ୍କ ସଂପତ୍ତି ଉପରେ ରୁହେ ଝିଅର ଅଧିକାର, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଭାରତରେ ସଂପତ୍ତି ବିଭାଜନକୁ ନେଇ ନିୟମ ପ୍ରସ୍ତୁତ କରାଯାଇଛି। ଏହି ନିୟମ ଅନୁଯାୟୀ, ଭାରତରେ ସଂପତ୍ତି ବଣ୍ଟନକୁ ନେଇ ୧୯୬୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଆଇନ ପ୍ରଣୟନ କରାଯାଇଥିଲା। ଏହି ନିୟମ ଅନୁଯାୟୀ, ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଶିଖଙ୍କ ମଧ୍ୟରେ ସଂପତ୍ତି ଭାଗ, ଉତ୍ତରାଧିକାରୀ ସମ୍ବନ୍ଧୀୟ ଆଇନ ଧାର୍ଯ୍ୟ କରାଯାଇଥିଲା।

ପୂର୍ବରୁ ଝିଅମାନଙ୍କୁ ବାପାଙ୍କ ସଂପତ୍ତି ଉପରେ ଅଧିକାର ମିଳୁନଥିଲା। ହେଲେ ୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ହୋଇଥିବା ସଂଶୋଧନ ପରଠାରୁ ଝିଅମାନଙ୍କୁ ମଧ୍ୟ ସଂପତ୍ତିରେ ପୁଅମାନଙ୍କ ଭଳି ଅଧିକାର ମିଳିବାକୁ ଲାଗିଲା। ଏହାରି ମଧ୍ୟରେ ଲୋକଙ୍କ ମନରେ ପ୍ରଶ୍ନ ଏହା ମଧ୍ୟ ଆସିଛି ଯେ, ବିବାହର କେତେ ବର୍ଷ ପର୍ଯ୍ୟନ୍ତ ଝିଅଙ୍କର ସଂପତ୍ତି ଉପରେ ଅଧିକାର ରହିଥାଏ, ଆସନ୍ତୁ ଜାଣିବା ଏହି ବିଷୟରେ..

୨୦୦୫ରେ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ହୋଇଥିବା ସଂଶୋଧନ ପରଠାରୁ ଝିଅଙ୍କୁ ସଂପତ୍ତିର ପୁଅଙ୍କ ଭଳି ସମାନ ଭାବେ ଉତ୍ତରାଧିକାରୀ ବୋଲି କୁହାଗଲା। ତେବେ ଏଥିପାଇଁ କୌଣସି ସୀମା ବା ନିୟମ ନାହିଁ ଯେ, ବିବାହର କେତେ ବର୍ଷ ପର୍ଯ୍ୟନ୍ତ ଝିଅଙ୍କର ବାପାଙ୍କ ସଂପତ୍ତି ଉପରେ ଅଧିକାର ରହିବ। ଅର୍ଥାତ ସଂପତ୍ତି ଉପରେ ସବୁଦିନ ପାଇଁ ଅଧିକାର ରହିବ।