ଲିଭ-ଇନରୁ ତୁମୁଳକାଣ୍ଡ; ହାତୁଡ଼ିରେ ପିଟିପିଟି ପ୍ରେମିକକୁ ହତ୍ୟା, 8 ଘଣ୍ଟା ମୃତଦେହ ସଙ୍ଗେ ରହିବା ପରେ ଥାନାରେ ସମର୍ପଣ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ବିଭତ୍ସ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି । ସ୍ବାମୀ ଛୁଆକୁ ଛାଡି ପ୍ରେମିକ ସହିତ ଲିଭ-ଇନରେ ରହିବା ପରେ ତାଙ୍କୁ ମଧ୍ୟ ହାତୁଡିରେ ପିଟିପିଟି ହତ୍ୟା କରିଛି ରାକ୍ଷସୀ । ଏହାପରେ ପ୍ରେମିକର ମୃତଦେହ ପାଖରେ 8 ଘଣ୍ଟା ରହିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି । ଦିଲ୍ଲାର ଭଲବା ଡେୟରୀ ଥାନା ଅଞ୍ଚଳରେ ଘିଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ତେବେ ପ୍ରେମିକା ଜଣକ ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୁକନ୍ଦପୁର ଗ୍ରାମରେ ଦୁହେଁ ଲିଭଇନ ରିଲେସନସିପରେ ରହୁଥିଲେ । ମୃତ ବ୍ୟକ୍ତିଜଣକ ପ୍ଲମ୍ପର ଭାବେ କାମ କରୁଥିବା ବେଳେ ମହିଳାଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । 2018 ମସିହାରେ ମହିଳା ଜଣ ନିଜ ସ୍ବାମୀ ଏବଂ ଛୁଆକୁ ଛାଡି ଏହି ବ୍ୟକ୍ତିଙ୍କ ପାଖକୁ ଆସିଯାଇଥିଲେ । ଏହାରି ଭିତରେ ମହିଳାଙ୍କର ସ୍ବୀମୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁହେଁ ହସ ଖୁସିରେ ସଂସାର କରୁଥିବା ବେଳେ କିଛି ଦିନ ହେବ ବଚସା ଦେଖାଯାଇଥିଲା । ବଚସାକୁ ନେଇ ହଠାତ୍ ରାଗିଯାଇଥିଲେ ପ୍ରେମିକା । ପ୍ରେମିକକୁ ଘର ଛାଡି ଚାଲିଯିବାକୁ କହିଥିଲେ ମଧ୍ୟ ସେ ଯାଇନଥିଲେ । ଏହାପରେ ହାତୁଡିରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ପ୍ରେମିକ ସହିତ 8 ଘଣ୍ଟା ଗୋଟିଏ କଠୋରୀରେ ରହିଥିଲେ । ତେବେ ତଦନ୍ତରୁ ଜଣାପଡିଛି ଯେ, ମହିଳାଜଣକ ନିଜ ଛୁଆଙ୍କ ସାମ୍ନାରେ ହିଁ ପ୍ରେମିକର ହତ୍ୟା କରିଛି । ଏହାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।