ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ, ୨୯୪ ଭେଟନାରୀ ଷ୍ଟାଫ୍ ପ୍ରସ୍ତୁତ ଅଛନ୍ତି: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ଉପକୂଳ ମୁହାଁ ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି NDRF, ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପୋଲିସ ଫୋର୍ସ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ଅଛନ୍ତି । ବାତ୍ୟା ପୂର୍ବରୁ ଏବଂ ପରବର୍ତ୍ତୀ ସମୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିମଧ୍ୟରେ ପ୍ରାଣି ସମ୍ପଦର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ପ୍ରାଣୀ ସମ୍ପଦ ର ସୁରକ୍ଷା ଗୁରୁତ୍ୱପୂର୍ଣ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ୬୦ ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବାପାଇଁ ବ୍ୟବସ୍ଥା ହୋଇଛି । ୧ ହଜାର ଗାଈ ଗୋରୁ ଆଶ୍ରୟ ସ୍ଥଳୀ ହୋଇଛି । ୧ ହଜାର କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି । ପଶୁ ଅସୁସ୍ଥ ବା ଆଘାତ ହେଲେ ୧୯୬୨ କୁ ଯୋଗାଯୋଗ କରନ୍ତୁ । ୧୬୬ ଟି MV ମୋବାଇଲ ଭ୍ୟାନ ୟୁନିଟ । ୨୯୪ ଭେଟନାରୀ ଷ୍ଟାପ ପ୍ରସ୍ତୁତ ହୋଇକି ଅଛନ୍ତି । ୨୦୨ ଟି ରାପିଡ଼ ରେସ୍ପନ ଟିମ ପ୍ରସ୍ତୁତ । ଲାଇଭ ଶେଭିଂ ଟିମ ୧୪ ଟି ଜିଲ୍ଲାରେ ଅଛନ୍ତି । ୧୮୬୨ ଲାଇଫ ଷ୍ଟକ ଇନିସ୍ପେକ୍ଟର ପ୍ରସ୍ତୁତ ଅଛନ୍ତି । ସାଗର ମିତ୍ର ମାନେ ଲୋକଙ୍କୁ ବାର୍ତ୍ତା ଦେବା ସହ ସୁରକ୍ଷିତ ଜାଗାକୁ ଆଣିବାକୁ କାମ କରୁଛନ୍ତି । ପଘାରେ ଗାଈ ଗୋରୁଙ୍କୁ ନ ବାନ୍ଧି ଉଚ୍ଚ ସ୍ଥାନକୁ ଆଣିବା ପାଇଁ ନିବେଦନ କରିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ।