ଦୁଃଖ ଖବର: ଅମିତାଭ ବଚନଙ୍କ ଶାଶୂଙ୍କ ପରଲୋକ, ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଲେ ଜୟା

ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ବିଗ ବି’ ଅମିତାଭ ବଚନଙ୍କ ଶାଶୂ ଇନ୍ଦିରା ଭାଦୁରୀଙ୍କ ପରଲୋକ ଘଟିଛି । ଅନ୍ୟପକ୍ଷରେ ମା’ଙ୍କୁ ହରାଇ ଗଭୀର ଶୋକରେ ବୁଡ଼ି ଯାଇଛନ୍ତି ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚନ । ମୃତ୍ୟୁ ବେଳକୁ ଇନ୍ଦିରାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ତାଙ୍କର ବିୟୋଗ ଘଟିଥିବା କୁହାଯାଉଛି । ସେ କିଛିଦିନ ଧରି ରୋଗ୍ରସ୍ତ ରହିଥିଲେ ଓ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ । ଇନ୍ଦିରାଙ୍କ ମୃତ୍ୟୁ ଖବର ପାଇଁ ବଚନ ଦମ୍ପତ୍ତି ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ଭୋପାଳର ଶ୍ୟାମଲା ହିଲ୍ସରେ ଇନ୍ଦିରା ରହୁଥିଲେ । ୧୯୬୬ ମସିହାରେ ଇନ୍ଦିରାଙ୍କ ସ୍ୱାମୀଙ୍କ ପରଲୋକ ଘଟିଥିଲା । ଜଣେ ପତ୍ରକାର ଓ ଲେଖକ ଭାବେ ଇନ୍ଦିରା ବେଶ୍ ଜଣାଶୁଣା ଥିଲା । ଅନ୍ୟପକ୍ଷରେ ନିଜର ଆଦରର ଆଈଙ୍କୁ ହରାଇ ତାଙ୍କର ନାତି, ନାତୁଣୀ ଅଭିଷେକ ଓ ଶ୍ୱେତୀ ମର୍ମାହତ ହୋଇପଡ଼ିଛନ୍ତି ।