ରାଜଧାନୀରେ ଲଭ ଜିହାଦ ଅଭିଯୋଗ, ସ୍କୁଲ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଉଥିଲା ଯୁବକ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ମୁସଲମାନ ଯୁବକକୁ କାବୁ କରିଛି ପୋଲିସ । ୧୭ ବର୍ଷର ନାବାଳିକାକୁ ସୋସିଆଲ ମିଡିଆରେ ହିନ୍ଦୁ ନାଁରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ସହ ସାଙ୍ଗ ହୋଇଥିଲା । ଗତକାଲି ନାବାଳିକା ସ୍କୁଲରୁ ବାହାରିବା ପରେ ରାସ୍ତାରେ ନାବାଳିକା ସହ ଆଗ କଥା ହେବା ପରେ ନାବାଳିକାକୁ ଟଣା ଓଟରା କରିଥିଲା । ତେବେ ପୋଲିସ ଠିକଣା ସମୟରେ ସେଠାରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନେଇଛି ।

ସଦ୍ଦାମ ଅନସାରୀ ନାମକ ଏହି ଯୁବକ ରାସ୍ତାରେ ଜଣେ ନାବାଳିକା ସହ ଦୁର୍ବ୍ୟହାର କରିବା ନେଇ ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲା । ପଚାରିବାରୁ ଜାଣିବାକୁ ପାଇଥିଲା କି ସେ ନାବାଳିକାର ସାଙ୍ଗ । କେମିତି ସାଙ୍ଗ ହେଲା ପଚାରିବାରୁ ସେ କହିଥିଲା ଇଷ୍ଟାରୁ । ହେଲେ ଅଧିକ ପଚରା ଉଚରାରୁ ଜଣାପଡିଥିଲା ସେ ଇନଷ୍ଟାରେ ହିନ୍ଦୁ ନାଁରେ ଆକାଉଣ୍ଟ ଖୋଲି ନାବାଳିକା ସହ ବନ୍ଧୁତ୍ୱ ସ୍ଥାପନ କରିଥିଲା ।

ପରେ ନାବାଳିକା ସହ କଥା ହୋଇ ତାର ସ୍କୁଲ ବିଷୟରେ ଜାଣିବା ପରେ ସ୍କୁଲ ନିକଟରେ ପହଞ୍ଚି ଯାଇଥିଲା ଓ ନାବାଳିକାକୁ ଟଣା ଓଟରା କରିଥିଲା । ନାବାଳିକା ଚିଲେଇବା ସହ ଏହାକୁ ବିରୋଧ କରିବା ପରେ ପୋଲିସକୁ କେହି ସୂଚନା ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଯୁବକକୁ କାବୁ କରିଛି । ସବୁ ଜଣାପଡିବା ପରେ ଏହା ଲଭ ଜିହାଦ ମାମଲା ବୋଲି କୁହାଯାଉଛି । ତଥ୍ୟ ଏକ୍ସରୁ ସଂଗୃହିତ ।