Dhanteras 2024: ଧନତେରସରେ ଏହି ଜିନିଷ କିଣିବା ଜରୁରୀ, ନକିଣିଲେ ଘରୁ ଚାଲିଯିବେ ଲକ୍ଷ୍ମୀ!

ଭୁବନେଶ୍ବର:ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଧନତେରସ ପାଳିତ ହୋଇଥାଏ । କୁହାଯାଏ ଏହି ଦିନରେ ଅଳଙ୍କାର କିଣିବା ଦ୍ବାରା ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିବେଚନା କରାଯାଇଥାଏ । ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ । ତେବେ ଆପଣ ଜାଣିଛନ୍ତି କି ଧନତେରସରେ ସୁନା ସହିତ ଆଉ କଣ କିଣିବେ?

  • ସୁନା-ଚାନ୍ଦୀ: ଧନତେରସରେ ଏହା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଧାତୁର କ୍ରୟ ଘରେ ଧନ ସମୃଦ୍ଧି ବୃଦ୍ଧି କରିଥାଏ ।
  • ଝାଡୁ- ଧନତେରସରେ ଝାଡୁ କିଣିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଘରେ ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତିକ ବୋଲି କୁହାଯାଇଥାଏ । କିନ୍ତୁ ପ୍ଲାଷ୍ଚିକ ଝାଡୁ କିଣିବା ଅଶୁଭ ବୋଲି ମଣାଯାଏ ।
  • ଧନିଆ ବିଜ-ଏହା ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହା ଦ୍ବାରା ଘରକୁ ଧନର ଦେବତା ଆଗମନ କରିଥାନ୍ତି ବୋଲି କୁହାଯାଏ । ଧନିଆ ବିଜ ସହିତ ଟଙ୍କିକିଆ କଏନ ରଖିବା ଦ୍ବାରା ମଧ୍ୟ ଧନବୃଦ୍ଧି ହୋଇଥାଏ ।

କଣ କିଣିଲେ ଅଶୁଭ-

  • ଲୁହା ସାମଗ୍ରୀ: ଧନତେରସରେ ଲୁହା କିଣିବା ନିଷେଧ । ଏହାକୁ କିଣିବା ଦ୍ୱାରା ରାହୁ ଘରକୁ ଆସନ୍ତି ବୋଲି କୁହାଯାଏ । ଏହା ଦ୍ବାରା ଦୁଃଖର ସମ୍ମୁଖୀନ ହେବାକୁ ପଡେ ।
  • ତୀକ୍ଷ୍ଣ ବସ୍ତୁ: ଧନତେରସରେ ଘରେ ଛୁରୀ ଏବଂ ଛୁରୀ ଭଳି ତୀକ୍ଷ୍ଣ ଜିନିଷ ଆଣିବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଲକ୍ଷ୍ମୀଙ୍କୁ ଅପମାତିର କରିଥାଏ ବୋଲି ବିବେଚନା କରାଯାଏ ।
  • କଳା ପୋଷାକ: ଏହି ଦିନ କଳା ପୋଷାକ ପିନ୍ଧିବା କିମ୍ବା କିଣିବା ଠାରୁ ଦୂରେଇ ରହିବା ଉଚିତ କାରଣ କଳା ରଙ୍ଗ ଶନିର ପ୍ରତୀକ ଅଟେ ।

ଧନତେସରେ କଣ କରିବେ-

  • ଘର ସଫା କରିବା: ଧନତେରସରେ ଘର ଭଲ ଭାବରେ ସଫା କରାଯିବା ଉଚିତ୍ । ଘରେ ଗଙ୍ଗା ପାଣି ସିଞ୍ଚନ କରି ମାତା ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଏ ।
  • କାହାକୁ ଜିନିଷ ଦିଅନ୍ତୁ ନାହିଁ- ଏହି ଦିନ, ଯେକୌଣସି ଘରୋଇ ପୂଜା ସାମଗ୍ରୀ, ଚାଉଳ କିମ୍ବା ଦେବତା ଏବଂ ଦେବୀଙ୍କ ମୂର୍ତ୍ତି ଇତ୍ୟାଦି କାହାକୁ ଦିଆଯିବା ଉଚିତ୍ ନୁହେଁ ।
  • ଧନରେ ଋଣ ନେଣ ଦେଣ କରନ୍ତୁ ନାହିଁ: ଏହି ଦିନ ଋଣ କରି ସପିଂରୁ ଦୂରେଇ ରୁହନ୍ତୁ କାରଣ ଏହା ଦ୍ବାରା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।