ବଢି ଯାଇଛି ଓଜନ-ବାହାରିଛି ପେଟ, ଅଭିଷେକ ବଚ୍ଚନଙ୍କ ଫଟୋକୁ ଦେଖିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହାରି ଭିତରେ ଅଭିଷେକ ବଚ୍ଚନଙ୍କର ଆଗାମୀ ଚଳଚ୍ଚିତ୍ର I Want to Talk ପାଇଁ ଚର୍ଚ୍ଚା ଦ୍ବିଗୁଣ ହୋଇଛି । ନିକଟରେ ତାଙ୍କର ଆଗାମୀ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଏକ ପୋଷ୍ଚର ମଧ୍ୟ ରିଲିଜ ହୋଇଛି । ଏଥିରେ ଅଭିଷେକ ବଚ୍ଚନଙ୍କୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଫିଲ୍ମର ଏହି ପୋଷ୍ଟର ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ।

ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ନ ଆଉ ଓ୍ବାଣ୍ଚ ଟୁ ଟକ୍ ଭଳି ୟୁନିକ୍ ଟାଇଟେଲ ପ୍ରଶସଂକଙ୍କ ମଧ୍ୟରେ ଆହୁରି ଉତ୍ସାହ ବଢାଇ ଦେଇଛି । ଶରୀରର ଓଜନ ବୃଦ୍ଧି ପାଇବା ସହିତ ଚେହେରାରେ ଉଦାସ ଦେଖିବାକୁ ମିଳିଛି । ଏହାରି ଭିତରେ ପୋଷ୍ଟର ରିଲିଜରେ ତାଙ୍କର ନୂଆ ଲୁକ୍ ଉତ୍ସାହକୁ ଦ୍ବିଗୁଣିତ କରିଛି । ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କର ନୂଆ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ତାଙ୍କର ବାହାରିଥିବା ପେଟ, ବଢିଥିବା ଓଜନ ସାଙ୍ଗକୁ ଚେହେରାରେ ଉଦାସୀ ମଧ୍ୟ ଦେଖିବାକୁ ମିଳୁଛି । ଏହି ପୋଷ୍ଟରକୁ ସେୟାର କରି ଆକ୍ଚର ଜଣକ ଲେଖିଛନ୍ତି, ଏକ ଫଟୋ ହଜାରେ ଶବ୍ଦ କୁହେ ।

ଅଭିଷେକ ବଚ୍ଚନଙ୍କର ଏହି ପୋଷ୍ଚର ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ବଡ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍ସୁକତା ଆହୁରି ବୃଦ୍ଧି ପାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର । ୟୁନିକ ଟାଇଟେଲ ସହିତ ଅଭିଷକଙ୍କ ପେଟକୁ ଦେଖି ଲୋକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ତେବେ ଫିଲ୍ମରେ ଅଭିଷେକଙ୍କ ବ୍ୟତୀତ ଆଲିଆ ବାମରୁ, ଜାନି ଲିବର, ଜୟନ୍ତ କୁପଲାନୀ, ପିୟରଲେ ଡେ ଏବଂ କ୍ରିଷ୍ଟିନ ଗୋଡାଇଙ୍କ ଭଳି କଳାକାର ରହିଛନ୍ତି । ତେବେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଏହା ଅଧିକ ଇଣ୍ଟରଷ୍ଟିଂ ଲାଗୁଥିବା ଫ୍ୟାନ୍ସ କହିଛନ୍ତି । ଅଭିଷେକ ବଚ୍ଚନଙ୍କ ଏହି ଫିଲ୍ମ ଆସନ୍ତା ମାସ ନଭେମ୍ବର 22 ତାରିଖରେ ପରଦାକୁ ଆସିବାକୁ ଯାଉଛି ।