ଭାରତୀୟଙ୍କ ମେଣ୍ଚାଲ ହେଲଥକୁ ପ୍ରଭାବିତ କରିଥାଏ Work from Home: ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ କିଛିବର୍ଷ ଲୋକଙ୍କର ପସନ୍ଦ ପାଲଟିଛି ଓ୍ବାର୍କ ଫ୍ରମ ହୋମ୍ । କରୋନା ଠାରୁ ଏହି ପ୍ରଥା ଜାରି ରହିଛି । କରୋନା କାରଣରୁ ଲୋକମାନେ ଘରୁ ବାହାରକୁ ଆସୁନଥିଲେ, ଏହି କାରଣରୁ ଓ୍ବାର୍କ ଫ୍ରମ ହୋମ୍ ଆରମ୍ଭ କରାଯାଇଥିଲା । ଏହା ପରେ ଲୋକମାନେ ଧୀରେ ଧୀରେ ଘରୁ କାମ କରିବା ଆରମ୍ଭ କଲେ । ବର୍ତ୍ତମାନ ଘରୁ କାମର କ୍ରେଜ୍ ବହୁତ ଅଧିକ ହୋଇଛି, କିନ୍ତୁ ସମୟ ସହିତ ଏହାର ମାନସିକ ପ୍ରଭାବ ମଧ୍ୟ ସାମ୍ନାକୁ ଆସିଛି । ଓ୍ବାର୍କ ଫ୍ରମ୍ ହୋମ୍ ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡୁଛି ।

ଏନେଇ ନିକଟରେ ଏକ ରିସର୍ଚ୍ଚ ହୋଇଥିବା ବେଳେ ଅଫିସରେ କାମ କରିବା ଦ୍ବାରା ଭାରତୀୟମାନଙ୍କ ଠାରେ ମାନସିକ ଶାନ୍ତି ଦେଖିବାକୁ ମିଳିଥିଲା । କିନ୍ତୁ ଓ୍ବାର୍କ ପ୍ରମ ହୋମ୍ କାମ କରୁଥିବା ବ୍ୟକ୍ତିଙ୍କର ମାନସିକ ଉତ୍ତେଜନା ଦେଖାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, ଭାରତୀୟମାନେ ଓ୍ବାର୍କ ଫ୍ରମ ଅଫିସ ଅପେକ୍ଷା ଓ୍ବାର୍କ ଫ୍ରମ ହୋମରେ ଅଧିକ ଚାପଗ୍ରସ୍ତ ହେଉଛନ୍ତି । ଅଫିସରେ କାମ କରିବା ଦ୍ବାରା ରିଲେସନସିପ ଭଲ ରହିଥାଏ । ସେହିପରି ଘରେ କାମ କରିବା ଦ୍ବାରା ଟକ୍ସିକ ଏନଭାଇରୋମେଣ୍ଟ ସୃଷ୍ଟି ହୋଇଥାଏ । ଅନ୍ୟପଟେ ରକ୍ତଚାପ ବୃଦ୍ଧି ହେବା ସହିତ ଅବସାଦ ମଧ୍ୟ ବଢୁଥିବା ଦେଖାଯାଇଛି ।