ଜିଓ ୟୁଜର୍ସଙ୍କୁ ମୁକେଶ ଅମ୍ବାନୀଙ୍କ ଦୀପାବଳି ଗିଫ୍ଟ, ମାତ୍ର ୬୯୯ ଟଙ୍କାରେ ମିଳିବ ଫୋନ ସହ ୧୨୩ଟଙ୍କାର ମାସିକ ପ୍ଲାନ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପାର୍ବଣ ଋତୁରେ ରିଲାଏନ୍ସ ଜିଓ ଲଗାତାର ନିଜ ଗ୍ରାହକଙ୍କୁ ସରପ୍ରାଇଜ ଦେଉଛି। ତେବେ ବର୍ତ୍ତମାନ ଆଉ ଏକ ଅଫର ନେଇ ଆସିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଜିଓ ଦୀପାବଳି ଅଫର ଲଞ୍ଚ କରିଥିଲା। ଜିଓର ନୂଆ ଅଫରର ଖାସିୟତ ହେଉଛି, କମ୍ପାନୀ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ମୋବାଇଲ ଫୋନ କିଣିବାର ସୁଯୋଗ ଦେଉଛି।

ଜିଓର ଲାଟେଷ୍ଟ ଦୀପାବଳି ଅଫରରେ ଶସ୍ତା ମୂଲ୍ୟରେ ମୋବାଇଲ ଫୋନ ଦିଆଯାଉନି, ବରଂ ଗ୍ରାହକଙ୍କୁ ମୋବାଇଲ ସହ ମାସିକ ରିଚାର୍ଜ ପ୍ଲାନ ମଧ୍ୟ ଅଫର କରାଯାଉଛି। ଜିଓର ଦୁଇଟି ହିଁ ପ୍ଲାନ ଲିମିଟେଡ ଟାଇମ ପାଇଁ ଅଛି। ଆସନ୍ତୁ ଆପଣଙ୍କୁ ଏହି ବିଷୟରେ ଡିଟେଲ ସୂଚନା ଦେବା।

ଦୀପାବଳିକୁ ଆଉ କିଛି ଦିନ ବାକି ରହିଲା। ଦୀପାବଳିର ଠିକ ପୂର୍ବରୁ ଜିଓ ଏକ ବଡ଼ ଧମାକା କରିଛି। କମ୍ପାନୀ ନିଜର କୋଟି କୋଟି ଗ୍ରାହକଙ୍କୁ ଜିଓ ଭାରତ ୪ଜି ଫୋନକୁ ମାତ୍ର ୬୯୯ ଟଙ୍କାରେ କିଣିବାର ବମ୍ପର ଅଫର ପ୍ରଦାନ କରିଛି। ଯଦି ଆପଣ ଅଫର ପରେ ଏହି ଫୋନକୁ କିଣିବେ, ଏହାର ମୂଲ୍ୟ ୯୯୯ ଟଙ୍କା ହୋଇଯିବ।

ଜିଓ ଭାରତକୁ ୨ଜି ମୁକ୍ତ କରିବା ପାଇଁ ଶସ୍ତା ମୂଲ୍ୟରେ ୪ଜି ଫୋନ ଅଫର କରୁଛି। ଯଦି ଆପଣ ଜିଓ ଭାରତ ୪ଜି ଫୋନ କିଣୁଛନ୍ତି, ତେବେ ଆପଣଙ୍କୁ ୧୨୩ ଟଙ୍କାର ମାସିକ ରିଚାର୍ଜ ପ୍ଲାନ ମିଳିବ। ଏଥିରେ ଆପଣଙ୍କୁ କୌଣସି ମଧ୍ୟ ନେଟୱାର୍କରେ ଅନଲିମିଟେଡ ଫ୍ରୀ କଲିଂର ସୁବିଧା ଦିଆଯାଇଥାଏ। ଏହା ବ୍ୟତୀତ ପ୍ରତି ମାସରେ ଆପଣଙ୍କୁ ଏହି ପ୍ଲାନରେ ୧୪ଜିବି ଡାଟା ଅଫର କରଯାଇଥାଏ। ଜିଓର ଏହି ରିଚାର୍ଜ ୪୫୫ ଟଙ୍କାରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହ ଆସିଥାଏ।