ବିମାନରେ ବୋମା ଧମକକୁ ନେଇ ଆସିଲା ମୋଦୀ ସରକାରଙ୍କ ଆଡଭାଇଜରୀ

ନୂଆଦିଲ୍ଲୀ: ଏୟାରଲାଇନ୍ସ କମ୍ପାନୀଙ୍କୁ ପ୍ରତିଦିନ ଧମକ ମିଳୁଥିବା ଖବରକୁ ନେଇ କେନ୍ଦ୍ରୀୟ ବିଦ୍ୟୁତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ଦିନ ଆଡଭାଇଜରୀ ଜାରି କରିଛି। କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ମେଟା ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ସାହାଯ୍ୟ ମାଗିଛନ୍ତି।

ଆଇଟି ମନ୍ତ୍ରାଳୟ କହିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆଇଟି ନିୟମ ୨୦୨୧ ଅନୁଯାୟୀ, ଆବଶୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଏହାଦ୍ୱାରା ଉପଭୋକ୍ତାଙ୍କୁ କୌଣସି ପ୍ରକାର ବେଆଇନ, ଭୁଲ ସୂଚନାକୁ ହୋଷ୍ଟ କରିବା, ଅପଲୋଡ କରିବା, ପ୍ରସାରିତ କରିବା ଆଦିର ଅନୁମତି ନ ଦିଆଯାଉ।

ମନ୍ତ୍ରାଳୟ କହିଛି ଯେ, ଏହି ବାବଦରେ,ଏହା ଦୃଷ୍ଟି ଦେବା ଆବଶ୍ୟକ ଯେ; ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କ ସହ ମଧ୍ୟସ୍ଥିମାନଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ, ୨୦୨୧ ଅନୁଯାୟୀ, ସମସ୍ତ ପ୍ଲାଟଫର୍ମର ଏହି ଦାୟିତ୍ୱ ଯେ, ଏମାନେ ସମସ୍ତେ ଭୁଲ ସୂଚନାକୁ ତୁରନ୍ତ ହଟାନ୍ତୁ, ଯାହା ରାଜ୍ୟର ସାର୍ବଜନୀନ ବ୍ୟବସ୍ଥା ଏବଂ ସୁରକ୍ଷାକୁ ପ୍ରଭାବିତ କରୁଛି।