ନୂଆଦିଲ୍ଲୀ: ଡିସେମ୍ବର ମାସରେ ଭାରତ ବିଦ୍ୟୁତ ସାଟେଲାଇଟ ଉତକ୍ଷେପଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଛି । ଏହା ଏଭଳି ଏକ ଟେକନିକ ଯାହା ଅନ୍ତରୀକ୍ଷ ଯାନକୁ ହାଲୁକା ଏବଂ ଶକ୍ତିଶାଳୀ କରିଥାଏ । ଡିସେମ୍ବର ମାସରେ ସ୍ବଦେଶୀ ବିଦ୍ୟୁତ ସାଟେଲାଇଟ (TDS-01)କୁ ଡିସେମ୍ବର ମାସରେ ଉତକ୍ଷେପଣ କରାଯିବ । ଏନେଇ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ ସୂଚନା ଦେଇଛନ୍ତି ।
ଅଲ ଇଣ୍ଡିଆ ରେଡିଓରେ ସର୍ଦ୍ଦାର ପଟେଲ ଅଧ୍ୟାପନାରେ ସୋମନାଥ କହିଛନ୍ତି, TDS-01 ମଧ୍ୟ ସ୍ୱଦେଶୀ ଭାବରେ ନିର୍ମିତ ଟ୍ରାଭେଲିଂ ୱେଭ୍ ଟ୍ୟୁବ୍ ଆମ୍ପ୍ଲିଫାୟର୍ (TWTA) ପ୍ରଦର୍ଶନ କରିବ । ଯାହା ଉପଗ୍ରହରେ ବିଭିନ୍ନ ଯୋଗାଯୋଗ ଏବଂ ମାଇକ୍ରୋୱେଭ୍ ରିମୋଟ ସେନ୍ସିଂ ପେଲୋଡର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଚାରି ଟନ୍ ଓଜନ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଦୁଇ ଟନ୍ରୁ ଅଧିକ ତରଳ ଇନ୍ଧନ ପରିବହନ କରିଥାଏ, ଯାହା ଲଞ୍ଚ କକ୍ଷପଥରୁ ଇପ୍ସିତ ଜିଓଷ୍ଟେସନାରୀ କକ୍ଷପଥକୁ ନେବା ପାଇଁ ଥ୍ରଷ୍ଟରମାନଙ୍କୁ ପ୍ରଜ୍ବଳିତ ପାଇଁ ବ୍ୟବହାର ହୋଇଥାଏ । ମହାକାଶରେ ବାୟୋଟେକ ଗବେଷଣା ପାଇଁ ଇସ୍ରୋ ବାୟୋଟେକ୍ନୋଲୋଜି ବିଭାଗ ସହିତ ଏମଓୟୁ କରିଛି ।
ଡିସେମ୍ବରରେ ଲଞ୍ଚ ହେବାକୁ ଥିବା ଏହି ସାଟେଲାଇଟ୍ ସମ୍ପୁର୍ଣ୍ଣ ସ୍ହଦେଶୀ ବୋଲି ଭାରତୀୟ ମହାକାଶ ଗବେଷଣାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । ଅନ୍ୟପଟେ 2028 ମସିହାରେ ଚନ୍ଦ୍ରଯାନ -4 ଲଞ୍ଚ ନେଇ ଲକ୍ଷ୍ୟ ରଖାଯାଇଛି । 2040 ସୁଦ୍ଧା ଚନ୍ଦ୍ରକୁ ମହାକାଶ ପ୍ରେରଣ ନେଇ ଭାରତ ଲକ୍ଷ୍ୟ ରଖିଛି ।