ଉତ୍କଳ ହସ୍ପିଟାଲ ପାଳୁଛି Breast Cancer ସଚେତନତା ମାସ: Pink Marathon ଆୟୋଜନ ସହ ବାଣ୍ଟିଲା ସତର୍କବାଣୀ

ଭୁବନେଶ୍ୱର: ସ୍ତନ କର୍କଟ ସଚେତନତା ପାଇଁ ଭୁବନେଶ୍ଵର ନୀଳାଦ୍ରି ବିହାର ଠାରେ ଥିବା ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ , ପିଙ୍କ୍ ମାରାଥନ ଆୟୋଜନ କରାଯାଇଥିଲା । ଏହି ପିଙ୍କ୍ ମାରାଥନରେ ବିଭିନ ବୟସ ଏବଂ ବର୍ଗର ପାଖାପାଖି 400 ମହିଳା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସ୍ତନ କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧକୁ ପ୍ରୋତ୍ସାହିତ କରିବା, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଥାଏ । ଏହି ପଦକ୍ଷେପ ମାଧ୍ୟମରେ, ଉତ୍କଳ ହସ୍ପିଟାଲ୍ ଆଶା, ଶକ୍ତି ଏବଂ ନିୟମିତ ସ୍କ୍ରିନିଂର ମହତ୍ଵର ବାର୍ତ୍ତା ପ୍ରଦାନ କରିବାକୁ ପ୍ରୟାସ କରିଥିଲେ ।

ଏହି ପିଙ୍କ୍ ମାରାଥନ କୁ ମୁଖ୍ୟା ଅତିଥି ସମ୍ମାନୀୟl ସାଂସଦ ଭୁବନେଶ୍ଵର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ଉତ୍କଳ ହସ୍ପିଟାଲର ପରିଚଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହି ପିଙ୍କ୍ ମାରାଥନ୍ ୪ କିଲୋମିଟର୍ ଦୂରତା ପର୍ଯ୍ୟନ୍ତ ନୀଳାଦ୍ରି ବିହାର ଅଞ୍ଚଳରେ ହୋଇଥିଲା । ପରେ ପରେ ସମ୍ମାନୀୟ ଅତିଥିଗଣ ଯଥା, ସମ୍ମାନୀୟ ବିଧାୟକ ଦିଗପହଣ୍ଡି, ଓଲିଉଡ୍ ସୁପରଷ୍ଟାର ଶ୍ରୀ ସିଦ୍ଧାନ୍ତ ମହlପାତ୍ର, ମିସ୍ ଲିପି ଜେନାମଣି, ଫାଉଣ୍ଡର୍ ଚେୟାରପର୍ସନ, କ୍ରିୟା ଫାଉଣ୍ଡେସନ୍, ପ୍ରଥମ ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଓ ସମସ୍ତ ଅଂଶଗ୍ରହଣ କାରୀମାନଙ୍କୁ ମେଡାଲ ପ୍ରଦାନ କରିଥଲେ । ଏହି ଅବସରରେ ମହିଳା ମାନଙ୍କୁ ଅତିଥିମାନେ ସଚେତନତାର ବାର୍ତ୍ତା ଦେଇଥିଲେ ।

ଏହି କର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ଡାଇରେକ୍ଟର ମେଡିକାଲ୍ ସର୍ଭିସେସ ଏବଂ ଡାଇରେକ୍ଟର ଅଙ୍କଲୋଜି, ଡ଼ା ରଞ୍ଜନ କୁମାର ମହାପାତ, ଡ଼ା ଚିନ୍ମୟ କୁମାର ପାଣି, ଡ଼ା ସୁଶାନ୍ତ କୁମାର ପାଇକରାୟ, ଡ଼ା ରଞ୍ଜନ କୁମାର ମହାନ୍ତି, ଡ଼ା ପ୍ରଦ୍ୟୁମ୍ନ କୁମାର ସାହୂ, ଡ଼ା ସତ୍ୟବ୍ରତ ଦାସ, ଡ଼ା ଦିଲ୍ଲୀପ କର, ଡା ସଞ୍ଜୀବ କୁମାର ମିଶ୍ର,ଡ଼ା ସଞ୍ଜୟ କୁମାର ମିଶ୍ର, ଡ଼ା ବ୍ରହ୍ମାନଦ ଶତପଥୀ, ଡ଼ା ଶୈଖ୍ ଇଫିତିଖାର୍ ଅଲ୍ଲୀ, ଡ଼ା ଆର୍ୟ କୁମାର ବାଣୀଦୂତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।