‘ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ପାଣି ବିଲ୍ ଛାଡ଼ କରିବି’, ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଲେ କେଜରିୱାଲ

ନୂଆଦିଲ୍ଲୀ: ‘ଆମ୍ ଆଦମୀ ପାର୍ଟି(ଆପ୍) ସରକାର ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କ ସଚ୍ଚୋଟତାର ସହ ସେବା କରିଆସିଛନ୍ତି । ଏଭଳି ଅନେକ କାର୍ଯ୍ୟ ବି କରିଛି ଯାହା ଦେଶର ଅନ୍ୟ କୌଣସି ରାଜ୍ୟର ସରକାର କରିନଥିଲେ ।’ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରବିବାର ପଦଯାତ୍ରା ସମୟରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ । ଏହା ସହ ସେ ଜନସାଧାରଣଙ୍କୁ ବିଜେପି ସପକ୍ଷରେ ଭୋଟ୍ ନଦେବା ପାଇଁ ମଧ୍ୟ କହିଥିଲେ ।

ଅରବିନ୍ଦ କେଜରିୱାଲ କହିଥିଲେ କି ବିଜେପି ସରକାର ଦିଲ୍ଲୀରେ କ୍ଷମତାକୁ ଆସିଲେ ଦିଲ୍ଲୀରେ ସରକାରଙ୍କ ମାଗଣା ବିଦ୍ୟୁତ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ମହିଳାଙ୍କ ପାଇଁ ବସ୍ ଯାତ୍ରା ସୁବିଧାକୁ ବନ୍ଦ କରିଦେବ । କେଜିୱାଲ ଜନସାଧାରଣଙ୍କୁ ଆପ୍ ପାଇଁ ଭୋଟ୍ ଦେବାକୁ ପ୍ରୋତ୍ସାହିତ କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ କି ଏଥର ବି ସେ ମୁଖ୍ୟମନ୍ତ୍ରୀ ହେଲେ ବର୍ଦ୍ଧିତ ଜଳ ବିଲ୍ ଛାଡ଼ କରିବେ । କହିରଖୁଛୁ ଆସନ୍ତା ବର୍ଷ ଫେବୃଆରୀ କିମ୍ବା ତା ପୂର୍ବରୁ ଦିଲ୍ଲୀର ସମସ୍ତମ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଟିତ ହେବ । ଏହି ପଦଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ମନୀଷ ସିସୋଦିଆ, ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।