୨୦୨୫ରୁ ଆରମ୍ଭ ହେବ ଜନଗଣନା ସର୍ଭେ! ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ଓଡ଼ିଶା ଭାସ୍କର: ଦେଶରେ ଆସନ୍ତାବର୍ଷରୁ ଆରମ୍ଭ ହୋଇପାରେ ଜନଗଣନା ସର୍ଭେ । ଭାରତର ଜନଗଣନାକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତାବର୍ଷରୁ ଜନଗଣନା ସର୍ଭେ ଆରମ୍ଭ ହେବା ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୫ରୁ ୨୦୨୬ ମସିହା ପର୍ଯ୍ୟନ୍ତ ଦେଶୋର ଜନଗଣନା ଜାରି ରହିବ ବୋଲି ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ୨୦୨୫ ଏହି ସର୍ଭେ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ତେବେ ୨୦୨୧ ମସିହାରେ ଜନଗଣନା ଆରମ୍ଭ ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ୨୦୨୧ ମସିହାରେ ଜନଗଣନା ସର୍ଭେ କରି ନଥିଲା ଭାରତ ।

ରିପୋର୍ଟ ଅନୁସାରେ, ଜନଗଣନା ସର୍ଭେ ୨୦୨୫ ମସିହାରେ ଆରମ୍ଭ ହୋଇ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଜନଗଣନା ପରେ ଲୋକସଭା ସିଟ୍ ପାଇଁ ସୀମା ନିର୍ଦ୍ଧାରଣ କରାଯିବ । ଏହି ପ୍ରକ୍ରିୟା ୨୦୨୮ ପର୍ଯ୍ୟନ୍ତ ଜାରି ରହିପାରେ । ଜନଗଣନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ସୂଚନା ମିଳିଛି । ତେବେ ୨୦୨୬ ମସିହାରେ ଜନଗଣନା ସରିବା ପରେ ଏହାର ରିପୋର୍ଟ ମଧ୍ୟ ଏହି ବର୍ଷ ପ୍ରକାଶ ପାଇବ । ଏହି ଜନଗଣନା ଚକ୍ର ୨୦୨୫ରୁ ୨୦୩୫ ଏବଂ ୨୦୩୫ରୁ ୨୦୪୫ ପର୍ଯ୍ୟନ୍ତ ରହିବ । ତେବେ ଦେଶର ବିପକ୍ଷ ଦଳ ଲଗାତାର ଭାବରେ ଜାତିଗତ ଜନଗଣନା ପାଇଁ ଦାବି କରିଆସୁଛି ।

ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଭାବେ କାର୍ୟ୍ୟ କରୁଥିବା ଶ୍ରୀମନ୍ଦିର କୁମାର ନାରାୟଣଙ୍କ କେନ୍ଦ୍ରୀୟ ପ୍ରତିନିଧିତ୍ୱ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଦଶ ବର୍ଷର ଜନଗଣନାର ତାଙ୍କର ଦୀର୍ଘ ବିଚାରାଧୀନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହା ତାଙ୍କ ପାଇଁ ଏକ ପଥ ପରିଷ୍କାର କରିଛି । ନାରାୟଣ ହେଉଛନ୍ତି ୧୯୯୫ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (IAS) ଉତ୍ତରପ୍ରଦେଶ କ୍ୟାଡରର ଅଧିକାରୀ। ୨୦୨୦ ପରଠାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଏକ ପ୍ରମୁଖ ପଦବୀରେ (ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର) କାର୍ୟ୍ୟ କରୁଛନ୍ତି ।