ଶ୍ରୀନଗର: ଜମ୍ମୁର ଅକନୁର ଅଞ୍ଚଳରେ ସୁରକ୍ଷାବଳଙ୍କୁ ବଡ ସଫଳତା । ସେନା ଗୁଳିରେ ୩ ଆତଙ୍କୀ ନିହତ । ସୋମବାର ସକାଳୁ ସେନା ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଅପରେସନ । ଏଥିରେ ତିନି ଜଣ ଆତଙ୍କଦାବୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ଗୁଳା ବାରୁଦ ଜବତ କରିଛି ସେନା ବାହିନୀ ।
ସକାଳ ପ୍ରାୟ ୭ଟା ସମୟରେ ସେନା ଉପରେ ୩ ଜଣ ଆତଙ୍କବାଦୀ ଫାୟାରିଂ କରିଥିଲେ । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହି ଖବର ଆଧାରରେ ପାକ ସୀମା ନିକଟବର୍ତ୍ତୀ ଅକନୁର ସେକ୍ଟରରେ ସକାଳୁ ସେନାର ଅପରେସନ ଆରମ୍ଭ ହୋଇଥିଲା । ଅଧିକାରୀଙ୍କ ମୁତାବକ, ଏହି ସୂଚନା ଖୋରର ଭଟ୍ଟଲ ଅଞ୍ଚଳରେ ଥିବା ଅସନ ମନ୍ଦିର ନିକଟବର୍ତ୍ତୀ ଗ୍ରାମବାସୀ ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ଦେଇଥିଲେ ।
ଏହା ପୂର୍ବରୁ ସକାଳୁ ସକାଳୁ ସେନାର ଏକ ଆମ୍ବୁଲାନ୍ସ ଉପରେ ଆତଙ୍କବାଦୀ ଗୁଳିମାଡ କରିଥିଲେ । ଏହି ଆକ୍ରମଣ ଜୋଗବାନ ଅଞ୍ଚଳରେ ହୋଇଥିଲା । ଫଟୋ ଓ ଭିଡିଓରେ ଗାଡିରେ ବହୁ ଗୁଳିମାଡର ଦାଗ ରହିଥିଲା । ଏହି ଆକ୍ରମଣ ପରେ ଅଞ୍ଚଳକୁ ସେନା ବାହିନୀର ୩୨ ଫିଲ୍ଡ ରେଜିମେଣ୍ଟଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି କରିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିଲେ ।