କେରଳ: ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ । ମନ୍ଦିରରେ ଉତ୍ସବ ଚାଲିଥିବା ବେଳେ ଆତସବାଜି ବିସ୍ପୋରଣ ଘଟି 150ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳା ନୀଳେଶ୍ବରାମ ନିକଟ ଏକ ମନ୍ଦିରରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଭୟଙ୍କର ଅଗ୍ନିକାଣ୍ଡରେ ଆହତଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କସରଗୋଡ, କନୋର ଏଭଂ ମେଙ୍ଗାଲୁରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । 150ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 8ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
ସୂଚନା ଅନୁସାରେ, ଅଧରାତିରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିଲା । ଭିରାରକାଭୁ ମନ୍ଦିର ନିକଟରେ ଆତସବାଜି ସଂରକ୍ଷଣ କେନ୍ଦ୍ର ରହିଥିବା ବେଳେ ସେଥିରେ ନିଆଁଲାଗି ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଜଣାପଡିଛି । ଖବର ପାଇ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହୀନି ସାହାଯ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହିତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଛାତି ଥରିଲା ଭଳି ମନେହେଉଛି । କିନ୍ତୁ ଭୟଙ୍କର ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
VIDEO | Kerala: Over 150 people were injured, including eight seriously, in a fireworks accident during a temple festival near Neeleswaram, #Kasargod, late on Monday. The injured have been taken to various hospitals in Kasargod, Kannur, and Mangaluru.#KeralaNews #Kerala… pic.twitter.com/jGcrSxi31i
— Press Trust of India (@PTI_News) October 29, 2024