କଟକ: (ଓଡ଼ିଶା ଭାସ୍କର) ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ । ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ନିଷ୍ପତ୍ତି କାଏମ ରଖିଲେ କୋର୍ଟ । ମିଶ୍ରଣକୁ ବିରୋଧ କରୁଥିବା ଅବେଦନକାରୀ ଜିଲ୍ଲା ସେଲ୍ରେ ଅଭିଯୋଗ କରିପାରିବେ । ୨୦ରୁ କମ୍ ପିଲା ଥିବା ସ୍କୁଲକୁ ମିଶ୍ରଣ ପାଇଁ ବିଜ୍ଞପ୍ତି ବାହାରିଥିଲା ।
ସରକାରଙ୍କ ବିଜ୍ଞପ୍ତି ବିରୋଧରେ ହାଇକୋର୍ଟରେ ହୋଇଥିଲା ୧୬୮ଟି ମାମଲା । ମାମଲାକୁ ଏକାଠି ଶୁଣାଣି କରି ହାଇକୋର୍ଟ ସରକାରଙ୍କ ବିଜ୍ଞପ୍ତି ରଦ୍ଦ କରିଥିଲେ । ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ୍ ପିଟିସନ ଦାଖଲ କରିଥିଲେ । ହେଲେ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ ।