Dhanteras Gold Buying: ଧନତେରାସରେ ଏତିକି ହଜାର କୋଟିର ସୁନା ବିକ୍ରି, ରେକର୍ଡ ଭାଙ୍ଗିଲା ରୂପା

ନୂଆଦିଲ୍ଲୀ: ଧନତେରାସରେ ସମସ୍ତେ ସୁନା କିଣିଥାନ୍ତି । ସୁନା, ରୂପା କିଣିବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଦେଶର ପ୍ରତ୍ୟେକ ସୁନା ଦୋକନାରେ ଗ୍ରାହକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ବଜେଟ୍ ହିସାବରେ ଲୋକେ ସୁନା କିଣୁଥିବା ନଜର ଆସିଥିଲା । କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁସାରେ, ଚଳିତ ବର୍ଷ ଧନତେରସରେ 60ହଜାର କୋଟି ଟଙ୍କାର କାରବାର ନେଇ ଲକ୍ଷ୍ୟ ରଖାଯାଇଥିଲା । ଯଦି ଦେଖିବା ଗତବର୍ଷ 50 ହଜାର ଟଙ୍କାର ବେପାର ହୋଇଥିଲା ।

ଦେଶରେ 20 ହଜାର କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ବେଳେ 2500 କୋଟି ଟଙ୍କାର ରୂପା ବିକ୍ରି ହୋଇଛି । 30 ଟନ୍ ସୁନା ବିକ୍ରି ହୋଇଛି । ଏହାର ଦାମ୍ 20 ହଜାର କୋଟିରୁ ଅଧିକ ହେବା ନେଇ ଆକଳନ କରାଯାଇଛି । 250ଟନ ଚାନ୍ଦି ବିକ୍ରି ହୋଇଥିବା ବେଳେ ଏହାର ଦାମ୍ 2500 କୋଟିରୁ ଅଧିକ ଅଟେ । ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି, ରୂପା ବିକ୍ରି 33 ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ସୁନା ବିକ୍ରିରେ 15 ପ୍ରତିଶତ କମ୍ ହୋଇଛି । ଚାନ୍ଦି ଅଧିକ ବ୍ୟବହାର ହେଉଥିବା କାରଣରୁ ଏହାର ଦାମ୍ ଅଧିକା ରହିଥିବା କୁହାଯାଇଛି । ଚଳିତ ଧନତେରାସରେ ସୁନା ବିକ୍ରି 35 ଟନରେ ପହଞ୍ଚିବା ନେଇ ଆଶା ରଖାଯାଇଥିଲା । ପୂର୍ବ ବର୍ଷରୁ ସୁନା ଦାମ୍  30 ପ୍ରତିଶତ ବୃଦ୍ଧି ପାଇଛି । ମଙ୍ଗଳବାର 10 ଗ୍ରାମ ସୁନାର ଦାମ୍ 78430 ଟଙ୍କା ରହିଥିଲା ।