ଭୁବନେଶ୍ୱର: ବଡ଼ ଭାଇକୁ ୪ ଥର ବିଷ ଦେଲା ସାନ ଭାଇ । କଷ୍ଟ ପାଇ ପାଇ ମରିଗଲା ବଡ଼ ଭାଇ । ଥରେ ନୁହେଁ ରାଗ ଏତେ ଥିଲାଯେ ଚାରି ଚାରି ଥର ବଡ଼ ଭାଇକୁ ବିଷ ଦେଇଦେଲା ସାନ ଭାଇ । ବଡ଼ ଭାଇ ଯେପର୍ଯ୍ୟନ୍ତ ନମରିଛି ସେପର୍ଯ୍ୟନ୍ତ ବିଷ ଦେଇ ଚାଲିଥିଲା । ସାନ ଭାଇ ପୁରା ରକ୍ତ ମୁଖା ପାଲଟି ଯାଇଥିଲା । ରାକ୍ଷସର ରୁପ ଧାରଣ କରିଥିଲା ସାନ ଭାଇ । ବଡ଼ ଭାଇ ପ୍ରତି ନେଲା ସ୍ନେହ ଭଲ ପାଇବାର ପ୍ରତିଶୋଧ । ବଡ଼ ଭାଇର ଭଲ ପାଇବା ସାନ ଭାଇକୁ ଭଲ ଲାଗୁ ନଥିଲା ।
ଭଲ ପାଠ ପଢ଼ିବା ପାଇଁ ମାଡ଼ ଗାଳି ଦେଇ ଆକଟ କରୁଥିଲେ ବଡ଼ ଭାଇ। ଭବିଷ୍ୟତ ଗଢ଼ିବା ପାଇଁ କହୁଥିଲେ । କିନ୍ତୁ ଏସବୁ ସାନ ଭାଇବକୁ ପସନ୍ଦ ହେଲା ନାହିଁ । ପ୍ରଚଣ୍ଡ ରାଗରେ ବଡ଼ ଭାଇକୁ ବିଷ ଦେଇଦେଲା ସାନ ଭାଇ । ଶେଷରେ ଅସହ୍ୟ ଯନ୍ତ୍ରଣା ପାଇଁ ବଡ଼ ଭାଇର ମୃତ୍ୟୁ ହୋଇଯାଇଛି । ଏମିତି କିଛି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନ୍ଦପୁର ଶାଳପୋଡ଼ା ଗୁଣ୍ଡିଚା କଲୋନିରେ । ଅଭିଯୁକ୍ତ ସାନ ଭାଇରା ନାଁ ହେଉଛି ସତ୍ୟବ୍ରତ । ମୃତ ବଡ଼ ଭାଇର ନାଁ ହେଉଛି ଦେବ ବ୍ରତ । ଘରେ ଗୋଟିଏ କୁକୁଡ଼ା ଫାର୍ମ ଥିଲା ।
ବଡ଼ ଭାଇ ଦେବବ୍ରତ ଏବଂ ସତ୍ୟବ୍ରତ କୁକୁଡ଼ା ଫାର୍ମକୁ ଚଳାଉଥିଲେ । ବଡ଼ ଭାଇ ଦେବ ଫାର୍ମ କରିବା ସହ ପଢ଼ାପଢ଼ି କରୁଥିଲେ ବଡ଼ ଚାକିରି ପାଇଁ । ତେବେ ସାନଭାଇ ସତ୍ୟବ୍ରତ ଯଦି କିଛି ଦୁଷ୍ଟାମୀ କରୁଥିଲେ ସେଥି ପାଇଁ ତାଙ୍କୁ ଆକଟ କରୁଥିଲେ ବଡ଼ ଭାଇ । ହେଲେ ଏଗୁଡ଼ାକ ସାନ ଭାଇକୁ ଭଲ ଲାଗୁ ନଥିଲା । ସେଥିପାଇଁ ଏମିତି କିଛି ନିଷ୍ପତ୍ତି ନେଇଥିଲା । ଦୋକାନରୁ କିଟନାଷକ ଆଣି ବଡ଼ ଭାଇର ଖାଇବାରେ ୪ ଥର ମିଶାଇଥିଲା। ଥରେ ଭାତରେ , ଡାଲିରେ, ମଞ୍ଜା ତରକାରିରେ ଏବଂ ଶେଷରେ ସାଗୁରେ।
ସବୁଥିରେ ବିଷ ମିଶାଇ ଖାଇବାକୁ ଦେଇଥିଲା ସାନ ଭାଇ । ଯାହା ପରେ ଯନ୍ତ୍ରଣା ପାଇ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେପଟେ ସାନ ଭାଇର ଏଭଳି ଭୁଲ ପାଇଁ ବଡ଼ ଭାଇ ତାଙ୍କ ନାଁରେ କେସ୍ ଦେଇ ନାହାଁନ୍ତି । ହେଲେ ପେଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସତ୍ୟବ୍ରତ ଏବେ ଫେରାର ରହିଛି । ବଡ଼ଭାଇ ଫୋନ କରି ପଚାରିବା ପରେ କହିଥିଲେ କେତେଥର ଏବଂ କେଉଁ କିଟନାଶକ ଦେଇଛି ବୋଲି ।