ଓଡ଼ିଶା ଭାସ୍କର: ଭାରତରେ ଆଲୋକର ପର୍ବ ଦୀପାବଳି ବେଶ୍ ଧୁମଧାମ୍ରେ ପାଳନ କରାଯାଏ । ଏହିଦିନ ଦୀପର ଆଲୋକରେ ରାତିର ଅନ୍ଧକାର ଦୂରେଇ ଯାଏ । ଚାରିଆଡେ ଆକର୍ଷଣୀୟ ଆଲୋକ ସଜ୍ଜା ଏକ ଅପୂର୍ବ ପରିବେଶ ସୃଷ୍ଟି କରେ । ଲୋକମାନେ ସେମାନଙ୍କ ଘରକୁ ରଙ୍ଗୀନ ଏଲଇଡି ଆଲୋକରେ ସଜାଇଥାନ୍ତି । ତେବେ ଆଜି ସେହି ପବିତ୍ର ପର୍ବ ଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଚିତ୍ର ଆସିବାରେ ଲାଗିଛି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ନିଜ ଘର ସହ ନିଜକୁ ବି ରଙ୍ଗୀନ ଏଲଇଡି ଆଲୋକରେ ସଜାଇ ଦେଇଛନ୍ତି ।
ମହିଳା ଜଣକ ନିଜ ଓଢଣୀରେ ରଙ୍ଗ ବେରଙ୍ଗ ଲାଇଟ୍ ଲଗାଇ ଚାରିଆଡେ ବୁଲୁଥିବାର ଭିଡିଓରେ ନଜର ଆସୁଛନ୍ତି ।
View this post on Instagram
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ମହିଳା ଘାଘରା ଚୋଲି ପିନ୍ଧି ଦେଶୀ ଷ୍ଟାଇଲରେ ନିଜକୁ ସଜାଇଛନ୍ତି । କିନ୍ତୁ ମହିଳା ଜଣକ ଘାଗରା ସହିତ ଯେଉଁ ଓଢଣୀ ପିନ୍ଧିଛନ୍ତି ତାହା ବହୁତ ଖାସ୍ ଅଟେ । ଏହି ଓଢଣୀରେ ଲେସ୍ ଓ ଲଟକଣୀ ପରିବର୍ତ୍ତେ ରଙ୍ଗ ବେରଙ୍ଗର ଲାଇଟସ୍ ଲାଗିଛି । ଆଲୋକରେ ଝଲସୁଥିବା ଓଢଣୀକୁ ମହିଳା ନିଜ ଶରୀରରେ ଢାଙ୍କି ଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ varsha.yadav ନାମକ ଆକାଉଣ୍ଟରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫ ଲକ୍ଷ ଲାଇକ୍ସ ମିଳିସାରିଲାଣି । କିଛି ୟୁଜର୍ସ ମହିଳାଙ୍କୁ ବିଜୁଳି ଦେବୀ କହି ସମ୍ବୋଧନ କରିଛନ୍ତି ।