fbpx

ଜିଲ୍ଲାପାଳଙ୍କ ଅଫିସକୁ ଲୋକଙ୍କ ପ୍ରବେଶ ମନା

କଟକ,୫ ।୭(ଓଡିଶା ଭାସ୍କର): କରୋନା ମହାମାରୀର ବଢୁଥିବା ସଂଖ୍ୟାକୁ ଦେଖି ମଧ୍ୟ ଲୋକେ ଅମାନିଆ ହେଉଛନ୍ତି । ଆଜି ରାଜ୍ୟରେ ୪୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲୋକଙ୍କର ପ୍ରବେଶ ମନା ହୋଇଛି । ଜୁଲାଇ ୩୧ ଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ମନା ହୋଇଛି । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏଣିକି ଅନଲାଇନରେ ସମସ୍ତ ସେବା ଉପଲବ୍ଧ ହେବ ।

Get real time updates directly on you device, subscribe now.