ପିଏମ ମୋଦୀ ଦୀପାବଳିରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା, ସୁଖ ଏବଂ ସମୃଦ୍ଧିର କଲେ କାମନା

ନୂଆଦିଲ୍ଲୀ: ଆଜି ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଉଛି। ଘରଠାରୁ ଆରମ୍ଭ କରି ବଜାର ଏବଂ ରାସ୍ତା ପର୍ଯ୍ୟନ୍ତ ସବୁକିଛି ସଜାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୁଖ ଓ ସମୃଦ୍ଧି ଜୀବନର କାମନା କରିବା ସହ ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ଦେଶବାସୀଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା। ଆଲୋକର ଏହି ଦିବ୍ୟ ଉତ୍ସବରେ ମୁଁ ସମସ୍ତଙ୍କ ସୁସ୍ଥ, ସୁଖ ଏବଂ ସମୃଦ୍ଧ ଜୀବନ କାମନା କରୁଛି। ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କର କଲ୍ୟାଣ ହେଉ। ”

ଏହା ପୂର୍ବରୁ ପିଏମ ମୋଦୀ ଅଯୋଧ୍ୟାର ଦୀପାବଳି ଉତ୍ସବକୁ ସମାରୋହକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବା ପରେ ଏହା ପ୍ରଥମ ଦୀପାବଳି ଏବଂ ଏହି ପବିତ୍ର ମୁହୂର୍ତ୍ତ ରାମ ଭକ୍ତଙ୍କ ଅଗଣିତ ବଳିଦାନ ଏବଂ ତପସ୍ୟାର ୫୦୦ ବର୍ଷ ପରେ ଆସିଛି।