ଓଡ଼ିଶା ଭାସ୍କର: ଦୀପାବଳି ଉତ୍ସବରେ ଲକ୍ଷ୍ମୀଙ୍କୁ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ। କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଇଥାଏ ଏବଂ କୁହାଯାଏ ଯେ, ଏହି ଦିନ ଲକ୍ଷ୍ମୀ ମାଆ ପୃଥିବୀରେ ବିରାଜମାନ କରିଥାଆନ୍ତି। ଏହି ଦିନ ଲକ୍ଷ୍ମୀ ମାଆଙ୍କୁ ବିଧି-ବିଧାନ ସହ ପୂଜା କରିବା ଦ୍ୱାରା ମାଆ ଘରକୁ ବିରାଜମାନ କରିବା ସହ ସୁଖ-ସମୃଦ୍ଧି ଘରକୁ ଆଣିଥାଆନ୍ତି। ଦୀପାବଳୀ ଦିନ ଲକ୍ଷ୍ମୀଙ୍କ ପୂଜା କରିବା ପୂର୍ବରୁ ଏହି ଭୁଲ ନକରିବା ଆବଶ୍ୟକ। ଏହା କରିବା ଦ୍ୱା ମାଆ ଲକ୍ଷ୍ମୀ ରାଗିଯାଇଥାଆନ୍ତି।
-ମାଆ ଲକ୍ଷ୍ମୀ ସେହି ଘରକୁ ଯାଆନ୍ତି ଯେଉଁଘରେ ପରିବେଶ ନିର୍ମଳ ଥାଏ। ତେବେ ପୂଜା ପୂର୍ବରୁ ଘରେ ଅଳିଆ ରଖନ୍ତୁ ନାହିଁ। ପୂଜା ଦିନ ଆପଣ ଘରକୁ ସଫାସୁତର ରଖନ୍ତୁ।
-ମହିଳା ମାନଙ୍କୁ ମାଆ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ। ଏହି ଦିନ ନିଜ ଭଉଣୀ ମାଅ କିମ୍ବା କୌଣସି ଝିଅଙ୍କୁ ଅସମ୍ମାନ ନ କରିବା ଆବଶ୍ୟକ। ଏହି ଦିନ ସେମାନଙ୍କୁ ଉପହାର ହେଲେ ମାଆ ଲକ୍ଷ୍ମୀ ଖୁସି ହୋଇଯାଆନ୍ତି।
-ଦୀପାବଳି ପର୍ବରେ ଅନେକ ଲୋକେ ଖୁସି ହୋଇ ଲକ୍ଷ୍ମୀ ପୂଜା ପୂର୍ବରୁ ହିଁ ମାଂସ-ମଦ ସେବନ କରିଥାଆନ୍ତି। ଏହା କରିବା ଦ୍ୱାରା ଧନର ଦେବୀ ରାଗିଯାଆନ୍ତି। ଏହାପରେ ଆପଣ ଯେତେ ପୂଜା ପାଠ କଲେ ସୁଧା, ଲକ୍ଷ୍ମୀ ମାଆ ଆପଣଙ୍କ ଘରକୁ ଯାଆନ୍ତି ନାହିଁ।
-ଏହି ଦିନ ଆପଣ କାହାରିଠାରୁ କରଜ କରିବା ବା ଋଣ ଆଣିବାଠାରୁ ଦୂରେଇ ରୁହନ୍ତୁ। ଏହା କରିବା ଦ୍ୱାରା ଦେବୀ ମାଆଙ୍କ କୃପା ମିଳିନଥାଏ।
-ମାଆ ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଭୁଲରେ ବି ଆପଣ ଲୁହା, ପ୍ଲାଷ୍ଟିକ କିମ୍ବା କାଚର ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଲକ୍ଷ୍ମୀ ପୂଜା ଆପଣଙ୍କ ପାଇଁ ଅଶୁଭ ହୋଇପାରେ।