ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ । ଦୃଶ୍ୟମାନ ହେଉନି ୧୦୦ ମିଟରରୁ ଅଧିକ ଦୂର ରାସ୍ତା । ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ବଢ଼ିଛି ପ୍ରଦୂଷଣ । ଯେଉଁଥିପାଇଁ ଘନ କୁହୁଡ଼ିର ଆସ୍ତରଣ ସୃଷ୍ଟି ହୋଇଥିବା କୁହାଯାଉଛି । ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ।
ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ବାତ୍ୟା ଦାନା ପରେ ପରେ ରାଜ୍ୟରେ ଶୀତ ପ୍ରଭାବ ପଢ଼ିବ ।